ଅବୁଝା ମୋ ପ୍ରିୟା ଗଲା ଦୂରେଇ

Odia Poem Abujha Priya Mo Gala Durei (ଅବୁଝା ମୋ ପ୍ରିୟା ଗଲା ଦୂରେଇ - ପଙ୍କଜ କୁମାର ମଙ୍ଗଳଙ୍କ ରଚନାରୁ) by Pankaj Kumar Mangal

ବରଷା ରାଣୀ କହୁଛି ଆଜି ଧରଣୀର ପାଦ ଛୁଇଁ,
ଫେରି ଆସିଛି ମୁଁ ଆକାଶ ଛାଡ଼ି ଥରେ ମୋତେ ନିଅ କୋଳେଇ ।
ଆକାଶ ମୋତେ ଦେଲା ଦୂରେଇ ଆସିଛି ତୁମ କୋଳକୁ,
ମନା କରିଲେ ଯିବି ମୁଁ କୁଆଡ଼େ ଟିକେ ଜାଗା ଦିଅ ନିଆଶ୍ରିକୁ ।
ପ୍ରେମ ଅନ୍ଧୁଣୀ ମୁଁ ବୁଝିପାରିଲିନି ଆକାଶର ଛଳନାକୁ,
ନାରୀର ହୃଦୟ ତମେ ନ ବୁଝିେଲ ଆଉ କହିବି ଯାଇ କାହାକୁ ।

କହୁଛି ଶୁଣି ଧରଣୀ ରାଣୀ ବର୍ଷାକୁ କୋଳେଇ ନେଇ,
ଯିଏ ବି ଆସିଛି ମୋରି କୋଳକୁ ଫେରିନି ଆଶା ହରେଇ ।
କିଛିଦିନ ପାଇଁ ଛାଡିଛୁ ଆକାଶ ଆସିଛୁ ଝଡ଼ି ସହିତ,
ଝଡ଼ ଥମିଗଲେ ଆସିବ ଦୂତ କିରଣ ଧରି ନେଇଯିବ ତୋ’ର ହାତ ।

ମନ ଉଣା ତୋ’ର କରନାହିଁ ଝିଅ ଏ ବିଛେଦ କିଛି ମୂହୂର୍ତ୍ତ,
ରହି ପାରିବନି ଆକାଶ ତ ବିନା ଭଲଲାଗେ ସେ ତୋ ସହିତ ।
ଝଡ଼ ଥମିଗଲା ସୂର୍ଯ୍ୟ ଉଇଁଲା ନୀରକୁ କହୁଛି ଯାଇ,
ସନ୍ଦେସ ଆଣିଛି ଆକାଶ ପାଖରୁ ଫେରିବି ତୁମକୁ ନେଇ ।

ତୁମେ ନ ଫେରିଲେ ମୋ କିରଣର ରହିବନି ମୂଲ୍ୟ କିଛି,
ସାଥିରେ ନେଇ ଫେରିବି ବୋଲି ଆକାଶକୁ କଥା ଦେଇଛି ।
କହୁଛି ଧରିତ୍ରୀ ପାଣିକୁ ବୁଝେଇ ଫେରିଯା’ ତୁ ନିଜ ଘରକୁ,
ଗ୍ରୀଷ୍ମ ସରିଲେ କିଛି କାଳ କୁଣିଆ ହୋଇ ଫେରିବୁ ମୋ କୋଳକୁ ।
କହୁଛି ବରଷା ବିଦାୟ ନେଇ ଯାଉଛି ଆଜି ବୁଝେଇ ମନକୁ ମୋର,
ମଝିରେ ମଝିରେ ଫେରିବି ମାଆଲୋ ଯେବେ ଆକାଶ ରହିବ ରୌଦ୍ର ।

– ପଙ୍କଜ କୁମାର ମଙ୍ଗଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...