ବୋଉ

Odia Poem Bou (ବୋଉ) by Sagar Nayak

ବୋଉ
ମୁଁ ଆଜି ଖୋଜେ
ତୋ’ ସେହ୍ନ ଶ୍ରଦ୍ଧା ଭରା ମମତା
ନରମ କୋଳର ଉଷ୍ମତା
ସେଇ ମତୁଆଲା ହସର ମଧୁରତା
ତୋ’ ପଣତ କାନିର ଶୀତଳତା……..(୧)

ବୋଉ
ମୁଁ ଆଜିବି ଦେଖେ ସତ ମିଛ ଦୁନିଆକୁ
ହସ ଖୁସି ସଂସାରକୁ
ତୋ’ ଆଶୀର୍ବାଦ ଥିଲେ ସବୁବେଳେ
ଚାଲିବି ଅନେକ ଦୂରକୁ ……(୨)

ବୋଉ
ସକାଳ ହେଲେ
ମୁଁ ତୋ’ କଥା ଭାବେ
ତୋ’ ହାତ ତିଆରି ଚୁନାକୁ ଦେଖିଲେ
ତୋ’ ଛବି ଝଲସି ଉଠେ
ତୋ’ ତାଗିଦା ଅଭିମାନ
ସ୍ମୃତି ପରି ରହିଯାଏ
ଏ ମନ ଭିତରେ
ଆଖିର ଲୁହକୁ ଲୁଚାଇ ଦେଇ
ତୋ’ ହସକୁ ଟିକେ ଦେଖିଲେ
ମୋ ପେଟ……(୩)

ବୋଉ
ଜୀବନର ଅପରାହ୍ନରେ
ମୁଁ ହଜିଯାଏ
ଦୂର ରାଇଜରେ
ପୁବେଇ ପବନ ସହ କଥା କୁହେ
ତୋ’ କଥା ଭାବିଲେ
ତୋ’ ପାଦରେ କଣ୍ଟା ଫୁଟିଲେ
ମୁଁ ଭାଙ୍ଗିପଡ଼େ
ପ୍ରତି ମୁହୂର୍ତ୍ତରେ
ତୋ’ ପାଇଁ ମୋ ଭୋଲେନାଥଙ୍କୁ
କରୁଣା କରେ
ସଞ୍ଜ ଆଉ ସକାଳେ…..(୪)

ବୋଉ
ମୋ ବୋଉ ॥

– ସାଗର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...