ପବନ ସୁଅରେ ବହି ଯାଉଥିବା
ପ୍ରତ୍ୟେକଟି ମୁହୁର୍ତ୍ତ ପରିବର୍ତ୍ତନଶୀଳ
କେବେ ଦୁଃଖର ନଦୀ ତ
କେବେ ସୁଖର ସାଗର
ଜୀବନର ସବୁ ପାହାଚରେ ଦୁହେଁ ଦିବ୍ୟମାନ
ସୁଖ ବିନା ଦୁଃଖ ଅଧୁରା
ଦୁଃଖ ବିନା ସୁଖ ଅଧୁରା
ସୁଖରେ ଏ ମନ ଦି’ ପଦ ଗୀତ ଗାଏ
ଦୁଃଖରେ ଏ ଆଖି ଦି’ ଟୋପା ଲୁହ ଝରାଏ ।
ସୁଖ ଦୁଃଖ ଦୁହେଁ ଅନ୍ତରଙ୍ଗ ବନ୍ଧୁ
ଗୋଟେ ନିଶ୍ୱାସ ହେଲେ
ଆଉ ଗୋଟେ ପ୍ରଶ୍ୱାସ
ଦୁହେଁ ଜୀବନର ଚିରସାଥୀ
କେବେ ବଗିଚାରେ ସୁଖ ଫୁଲ ହୋଇ
ସକାଳେ ଫୁଟେ ତ
କେବେ ଦୁଃଖ ଦେଇ କଣ୍ଟାର ଆଘାତ ଦିଏ
ସୁଖରେ କେବେ ଫୁଲକୁ ମନ ଗଳାହାର କରେ
ଦୁଃଖ କେବେ ପାଦରେ କଣ୍ଟାକୁ ସଜାଏ ।
– ପ୍ରେମଶିଲା ରାଉତ
Comments
ପ୍ରେମଶିଲା ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।