ମାଟିର ମଣିଷ

Matira Manisha - ମାଟିର ମଣିଷ

ନୁହେଁ ମୁଁ କବି
ଲେଖୁନି ମୁଁ କବିତା
ମରିମରି ଜୀଉଁଥିବା
ମଣିଷର ଏ ଆତ୍ମକଥା

ମଳିନ ମୁହଁ ତା’ର ଶୁଖିଲା ଦେହ
କେବେ ଲହୁ ଆଉ କେବେ ଲୁହ
ସବୁବେଳେ ଜୀବନରେ ତା’ର
କାନ୍ଦ କାନ୍ଦ ଆଉ କୋହ

ମାଟି ତା ଜନନୀ ମାଟି ତା ମାଆ
ସାଙ୍ଗ ତା’ର କୋଡ଼ି କୋଦାଳ ଦାଆ
ସେଇ ଟାଣୁଆ ଖରା ସେଇ ଦୁଇଟି
ହାଡୁଆ ବଳଦ ଦିଅନ୍ତି ବଞ୍ଚିବାର ରାହା

ଶାଗ ପଖାଳକୁ ଶୁଖୁଆ ପୋଡ଼ା
ବର୍ଷାଦିନେ ସେଇ ଦଳର ଭେଡ଼ା
ସୁକ୍ଷ୍ମତାର ସଂସାରକୁ ଆଜି
ଆଶା ବିଶ୍ଵାସ ଆଉସାହାରା ଲୋଡ଼ା

ଚାଲି ଯାଉଛି ସେ ଦାଦନ ଖଟିବାକୁ
ନିଜ ଜୀବନ ମାଟିରେ ଲୋଟିବାକୁ
ଧାଉଁନାହିଁ ସେ ମରୀଚିକା ପଛରେ
ଇଚ୍ଛା କରୁନାହିଁ ଏତେ କଷ୍ଟ ସହିବାକୁ

ଏଇ ମାଟି ଉପରେ ଜନମିଥିଲା
ମାଟି ହିଁ ତାକୁ ବଞ୍ଚାଇଥିଲା
ଶେଷରେ ମାଟି ହେଇ
ସେଇ ମାଟିରେ ମିଶିଗଲା….

– ରାଜଶ୍ରୀ ଖଟୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...