ଶରତ ଆଗମନରେ ଭୂଇଁରେ କାଶତଣ୍ଡୀ ସ୍ପର୍ଶ
ମା’ ମହାମାୟାର ଆଗମନର ଦିଏ ସନ୍ଦେଶ ।
ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ,
ଏ ଜଗତ ଲଭେ ମା ମହାମାୟାର ଆଶିଷ ।
ଶରତ ଅମ୍ବର କେଡ଼େ ନିରିମଳ
ସତେ କି ନୀଳ ପାରାବାର,
ପ୍ରକୃତି ସାଜଛି ରାଣୀର ବେଶ
ଦିଶେ ଆହା କେତେ ମନୋହର ।
ଶରତସ୍ପର୍ଶ ସକାଳର କାକର ବେଳା,
ମୋତି ସଦୃଶ ଦିଶେ ଘାସ ଉପରେ
ଆଚ୍ଛାଦିତ କାକର ବିନ୍ଦୁର ମେଳା ।
ପରମେଶ୍ୱରୀଙ୍କ କରୁଣାର ସ୍ପର୍ଶ
ଦୁଃଖସାଗରେ ମିଳେ ସେନେହ ପରଶ ।
ଜନମନେ ଭରେ ଭାଇଚାରା ସ୍ପର୍ଶ
ଏପରି ଆଗକୁ ବଢୁ ଆମ ସଂସ୍କୃତିର ଭାରତ ବର୍ଷ ।
– ସମ୍ୟଜିତ ପାତ୍ର
Comments
ସମ୍ୟଜିତ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କିଛି କବିତା ଶୁଭପଲ୍ଲବ ଇ-ପତ୍ରିକା ଏବଂ ପୋର୍ଟାଲ୍ରେ ପ୍ରକାଶ ପାଇବା ସହିତ ତାଙ୍କ ଉପସ୍ଥାପିତ କବିତା ମଧ୍ୟ ଶୁଭପଲ୍ଲବର ୟୁ-ଟ୍ୟୁବ୍ରେ ମୁକ୍ତିଲାଭ କରିଛି ।