ଅଭିମାନର ନୁଆଁଣିଆ ଚାଳ ଘରେ
ଯେବେଠୁଁ ଲାଗିଛି ନିଆଁ
ବେଚାରା ଅଭିମାନ ଖୋଜି ବି ପାଇନି
ଆଉ ଗୋଟେ ନୂଆ ଠିକଣା… (୧)
ବଦଳି ଯାଇଛି ସମୟର ସୁଅ
ଶ୍ରବଣର ବାରି ଧାରା ପରେ
ପୁଣି ଫେରିଛି ମଳୟ
ହେଲେ କୃଷ୍ଣଚୁଡ଼ାର ସେ ଫିକା ଗୋଲାପୀ ରଙ୍ଗ
ମନରେ ଭରୁନି ଆଉ ଏକ ନୂଆ ସ୍ୱପ୍ନ… (୨)
ଦୂର ଦିଗବଳୟର ଘଞ୍ଚ ସବୁଜିମା ଊହାଡ଼ରୁ
ଆଜି ବି ଭାସି ଆସେ କୋଇଲିର କୁହୁ ତାନ
ହେଲେ କେମିତି କାଜେଣି ସେ ଭେଦି ପାରେନା
ନୀରବତାର ସେ ଅଭେଦ୍ୟ ପ୍ରାଚୀର… (୩)
ଅଟକି ଯାଇଛି ଯେମିତି ପୃଥିବୀର ଗତି
ସତେ ଯେମିତି ହୁଅ ଅନ୍ଧ ପାଇଁ ଦିନ ଆଉ ରାତି…
ସ୍ୱପ୍ନ ରାଇଜର ନଭଶ୍ଚୁମ୍ବୀ ସେ ଅଟ୍ଟାଳିକା
ବାସ ସ୍ମୃତି ସ୍ତମ୍ଭର ଅନ୍ୟ ଏକ ଶିଳାଲେଖ… (୪)
– ଆଦିତ୍ୟ ପ୍ରତାପ ଆଚାର୍ଯ୍ୟ
Comments
ଆଦିତ୍ୟ ପ୍ରତାପ ଆଚାର୍ଯ୍ୟ ପେଶାରେ ଜଣେ ଅଧ୍ୟାପକ, ଯିଏକି ପଶ୍ଚିମବଙ୍ଗର ଏକ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ନିଶା କିନ୍ତୁ ତାଙ୍କର କବିତା ଲେଖିବା । ତାଙ୍କ ରଚିତ କବିତା କିଛି ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।