ବେଳେ ବେଳେ ଇଛାହୁଏ କାଶତଣ୍ଡୀ ଶରତେ ନଈ କୂଳେ ବସି ବାଣ୍ଟୁଥିବା ସୁଖ ଦୁଃଖ ତୁମେ ମୁଁ ମିଶି,
ସବୁଦିନ ଇଛାହୁଏ ତୁମରି ପାଖରେ ବଞ୍ଚି ବଞ୍ଚି ମରିବାକୁ ଚାହେଁ ଗାଁ ମଶାଣିରେ ।
ବାସ୍ତବତା ସହ ଦିନେ ପରିଚିତ ହେଲି ତୁମେ ଏକ ମରିଚିକା ଜିଣିଯେ ପାଇଲି,
ତୁମେ ମୋ ସମ୍ପର୍କ ଅବାସ୍ତବ ବୋଲି ମନକଥା ମନେ ରଖି ବଞ୍ଚିବି ଭାବିଲି ।
ବେଳେ ବେଳେ ଇଛାହୁଏ ମୋ ସ୍ୱପ୍ନ ଥୋଇ ତମପାଦ ତଳେ ତୁମ ସହ ଉଡ଼ିବାକୁ ଆକାଶ ବାଦଲେ,
ତୁମ ସ୍ୱପ୍ନ ରଖି ମୋର ଆଖିର ପଲକେ ପୁରାକରିଥାନ୍ତି ତାକୁ ସମୟ ଝଲକେ ।
କେତେ ଇଛା କେତେ ସ୍ୱପ୍ନ ମୋର ଆଖିରେ
ପୂରା କରିଥାନ୍ତି ତୁମରି ସାଥିରେ,
ବାସ୍ତବତା ସହ ଦିନେ ପରିଚିତ ହେଲି
ଭଗବାନ ଗଢ଼ିଛନ୍ତି ତମକୁ ସତ ତୁମେ ମୋପାଇଁ ନୁହେଁ ଏହା ସତଯେ ଭାବିଲି ।
– ପ୍ରମୋଦ କୁମାର ବିଶ୍ୱାଳ
Comments
ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।