ଅବଲୋକି ତୋତେ…

Abaloki Tate

ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ
ସରୋଜ ଉରଜି ବାଳା
ମଦନ ଶରେ ଯା’ ପରାହତ ତୋର
ଏ ଛାର କିଙ୍କର ବେଳା,
ଘନ ଜଘନି ହେ ସୁଡୋଳ ନିତମ୍ବି
ଆଜ କି ! ବିଚିତ୍ର ଶୋଷ
ଦେଖି ଉଡ଼େ ହୋସ- ଅବଶେ ବିବଶ
ବକ୍ଷେ – ଲକ୍ଷି ମଧୁବାସ,
ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ
ନ ଭାବ ଛାରେ କାମୁକ
ଘନ-ଜଘନ-ସ୍ତନ-ଭାର-ଭରେ
କଣ୍ଠେ ତୃଷ୍ଣା ଅହେତୁକ,
ସୁମୁଖୀ ବିମୁଖ ହେଲେ କେ ହରିବ
ବିରହୀ ବିରହ ଦୁଃଖ
କେ ପଢ଼ିବ ବାରେ ନିଃସଙ୍ଗ ବେଳାରେ
ହୃଦୟର ଅଭିଲେଖ,
ସପନ ପ୍ରଣୟେ ନିଭୃତ ଆଳୟେ
ଶେଷ ଯାମେ ଧ୍ୱଜଭଙ୍ଗ
ଅବଲୋକି ତୋତେ ଅବଶୋଷ ଯେତେ
ଲଭିବାକୁ ଅଙ୍ଗସଙ୍ଗ ।।

ତପନ ଦୀକ୍ଷିତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...