ତମେବି ଛୁଆଟିଏ ପରି, ସେଦିନ କଅଣ କହିଦେଲି ଯେ ଚକୋଲେଟ ଖିଆ ଛାଡ଼ିଦେଲ ଅର୍ଦ୍ଧ ରାତିରେ ସୁନା ପିଲାଟିଏ ପରି ।
ଆଜି ଖାଇଲେ କିଛି କହିବିନି । କିଏ କହିଲା ଚକୋଲେଟ ଖାଇଲେ ମୋଟି ହେବ ବୋଲି? ତା’ଛଡ଼ା, ଯେତେ ଓଜନ ହେଲେବି ଭାର ମୁଁହିଁ ତ ବୋହିବିନା ।
-ଆରେ… ଆରେ ରାଗିକି କୁଆଡ଼େ ଯାଉଛ? ବାହାରେ ବର୍ଷା ହଉଛି….
-ସତରେ ତମେ ସବୁଠୁ ନିଆରା । ଗୋଟିଏ ଚକୋଲେଟରେ ବୁଝିଯାଉଥିବା ମନଟିକୁ କୋଟିଏ ଦାମୀ ଉପହାର କେବେ ଖୁସି କରି ପାରେନା ।
– ତୃପ୍ତିରଞ୍ଜନ ଦାସ