ନୀରବତାର ଜହ୍ନ

Nirabatara Janha Odia Poem

କାହିଁ ବସିଅଛ ମୌନେ ମୋର ବନ୍ଧୁ ଶୀତଳ ଜୋଛନା ଢାଳି ।
ଧବଳବର୍ଣ୍ଣର ବସନ ଆଚ୍ଛାଦି ଖେଳୁଅଛ ଲୁଚକାଳି ॥

ନିସ୍ତବ୍ଧ ରଜନୀ ଆଙ୍କେ ଯେବେ ଖୁନୀ ଅତ୍ୟାଚାର ଲୁଣ୍ଠନରେ ।
ଜାଣିସେ ପାରେନା ତମସାଚ୍ଛନ୍ନରେ ତୁମେ ଦେଖୁଥାଅ କ୍ରୁରେ ॥

ସଂସାର ଯାତନା ତୁମେ ହିଁ ଶୁଣିଛ ପ୍ରେମୀର ପ୍ରେମ କାହାଣୀ ।
ସାକ୍ଷ ପ୍ରମାଣରେ ସତ୍ୟବାଦୀ ଗ୍ରନ୍ଥ କାହିଁକି ରଖିଛ ଟାଣି ॥

ଦୁଃଖୀ ବାଟୋଇର ଚଲାପଥ ତୁମେ କୁସୁମ କଇଁର ସାଥି ।
କୁମାରୀ ମାନଙ୍କ ପୁନେଇ ଆଇନା, ସତେ ଚୋରା ପୀରତିର ସାଥି ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...