ଶୂନ୍ୟତା

ଶୂନ୍ୟତା

ତୁମେ କେବେ ବୈଶାଖର
ଝାଞ୍ଜିପିଟା ବାଆ ତ-
କେବେ ରିମ୍‌ଝିମ୍ ବର୍ଷାର ବିନ୍ଦୁ ।

ପୁଣି କେବେ ଫଗୁଣର
ମଳୟ ତ
କେବେ ଶୀତ ସକାଳର କୁହୁଡ଼ି ।

ଆଉକେବେ ମୋ ଚତୁଃପାର୍ଶ୍ୱରେ
ପ୍ରୀତିର ଗଜଲ ପରି
ଅତୀତ ଓଢ଼ଣୀ ତଳେ
ତମ ପ୍ରତିଛବି ଝଲମତ ।

କେବେ କେବେ ମନେପଡ଼ ତୁମେ
ପୁଣି ମନେପଡ଼ିବା
ଓ ଭୁଲିଯିବାର ଲୁଚକାଳି ଖେଳ
ଖେଳୁ ଖେଳୁ ତାରାମାଳ ଭିତରେ
କୋଉଠି ଲୁଚିଯାଅ ଯେ
ଖୋଜି ଖୋଜି ପାଏନି ତୁମକୁ
ସମ୍ଭବତଃ ଏବେ ମୁଁ ସମ୍ପୂର୍ଣ୍ଣ ଏକା
ମୋ ଚଉହଦୀ ଶୂନ୍ୟ
ମୋ ସରହଦ୍ ଫାଙ୍କା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...