ପ୍ରିୟତମା ପ୍ରିତୀ

Odia Poem Priyatama Priti (ପ୍ରିୟତମା ପ୍ରିତୀ) bu Akshay Rath

ନିଝୁମ୍ ରାତିର ପ୍ରିୟତମା ପ୍ରିତୀ,
ରାତିର ରାତିରେ ପ୍ରେମ ସେ କରୁଛି…
ପ୍ରେମରେ ଭରା ମଧୁଚନ୍ଦ୍ରିକାର ସ୍ପର୍ଶ,
ପ୍ରେମିକ ମନକୁ ମୋ ପାଗଳ କରୁଛି…

ଆଖି ଖୋଲିଦେଲେ ଏକା ହୋଇଯାଏ,
ପ୍ରିୟତମା ପ୍ରିତୀ ପାଖୁ ଲିଭିଯାଏ…
ରଙ୍ଗଭରା ସ୍ୱପ୍ନ ବେରଙ୍ଗ ରାତିର,
ଅନ୍ଧାର ଭିତରେ ତୁଟି ହଜିଯାଏ…

ଝରକା ସେପାଖ ରୂପେଲି ଜହ୍ନରେ,
ପ୍ରେମିକାର ମୁଖ ଖୋଜି ଖୋଜି ପ୍ରାୟ…
ଅଳ୍ପ ଅଳ୍ପ ତା’ ରୂପର ବର୍ଣ୍ଣନା,
କରିଚାଲେ ମୋ ପ୍ରେମିକ ହୃଦୟ…

– ଅକ୍ଷୟ ରଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply