ଗୁରୁ ପୂର୍ଣ୍ଣିମା

Odia Poem Guru Purnima (ଗୁରୁ ପୂର୍ଣ୍ଣିମା) by Elina Swain

ଅଜ୍ଞାନ ଅନ୍ଧାର ଦୂର କରି ତୁମେ
ଦେଇଛ ଜ୍ଞାନର ଆଲୋକ ।
ଦିବ୍ୟ ଚେତନା ମନ୍ତ୍ର ଦେଇ ତୁମେ
ଜୀବନକୁ କରିଛ ପୁଲକ ॥
ଆଲୋକର ଶିଖା ପରି ଜଳି
ସଭିଙ୍କୁ ଜ୍ଞାନ ବାଣ୍ଟିଲ ।
ଗୁରୁ ଯେ ସତରେ ଇଶ୍ଵର ଠୁ ବଡ଼
ପ୍ରମାଣ ତୁମେ କଲ ॥
ଗୁରୁ ତୁମେ ମୋର ମର୍ତ୍ତ୍ୟ ଦେବତା
ତୁମ ପାଦେ ତଳେ ରଖ ।
ଜୀବନକୁ ମୋର କର ହେ ସରସ
ତୁମ ବାହୁ ତଳେ ରଖ ॥

– ଏଲିନା ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply