ମୋ ବୋଉ ହାତରନ୍ଧା
ସମସ୍ତେ କୁହନ୍ତି ଯେ ଗୋଟିଏ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ଆମେ ତା’ର ଅଭାବ ପରିଲକ୍ଷିତ କରୁ । ଏ ଯେମିତି ମୁଁ ଆଜି ମୋ ବୋଉ ହାତରନ୍ଧା ଖାଦ୍ୟର ଅଭାବ ପରିଲକ୍ଷିତ କରୁଛି । ଜୀବନର ଚବିଶବର୍ଷ ପରେ ମୁଁ ଆଜି ବୁଝି ପାରୁଛି, ମୋ ବୋଉ ହାତର ସେଇ ପୁରୁଣା ଗାଉଁଲି ଖାଦ୍ୟ- ବାସି ପଖାଳ ତା’ସାଙ୍ଗକୁ ଶୁଖୁଆ ଭଜା, ବାଇଗଣ ପୋଡ଼ା, ବାଡ଼ିର ସଜନା ଶାଗ ଭଜା, ଆମ୍ବୁଲ ସହ ଶୁଖିଲା…