Sanbaluara Samadhi

ସଁବାଳୁଆର ସମାଧି

ନକୁଳ ବାବୁ, ପେଶାରେ କିରାଣୀ । ଦଶ ବର୍ଷ ପୂର୍ବେ ତାଙ୍କୁ ଦେଖିଥିଲି ଯେମିତି ଥିଲେ, ଏବେବି ସେମିତି । କୃଶ ତନୁ, କୋଟରଗତ ଚକ୍ଷୁ, ସାତସିଆଁ କୁର୍ତ୍ତା, କାନ୍ଧରେ ଝୁଲା ମୁଣି ଯେଉଁଥିରୁ କଙ୍ଗାରୁ ଶାବକ ପରି ମେଞ୍ଚେ ଅସନା ଫାଇଲ କାଗଜ ଜାକିଜୁକି ଭର୍ତ୍ତି ଅଧା ବାହାରକୁ ଝୁଲିପଡ଼ିଥାଏ, ତାଳି ପକା ଛତା ଧରି ଅଫିସକୁ ବାହାରି ଯାଆନ୍ତି । ତାଙ୍କୁ ଅଫିସ ଯିବା ଦେଖିଲେ ଚଇନି ପାନ ଦୋକାନୀ ହାତରୁ ଘଣ୍ଟା ଖୋଲି…

ଅଧିକ ପଢ଼ନ୍ତୁ
Dagon Tattoo

ଡ୍ରାଗନ୍ ଟାଟୁ

ଏକ ବର୍ଷଣ ମୁଖର ସନ୍ଧ୍ୟାରେ ଅଫିସ୍‌ରୁ ଫେରିବା ସମୟରେ ଅଟୋକୁ ଅପେକ୍ଷା କରିବା ଲାଗି ଆଶ୍ରୟ ନେଲି ନିକଟରେ ଥିବା ଏକ ଚାହା ଦୋକାନ ପାଖରେ । ଲଘୁଚାପ ବର୍ଷା, ବେଳକୁ ବେଳ ପ୍ରକୋପ ବଢ଼ିବାରେ ଲାଗିଛି । ଚାହା ଦୋକାନୀଟିର କିନ୍ତୁ ବେପାର ବଢ଼ିଆ ଜମିଥାଏ । ଦେଖିଲି କିଛି କଲେଜ ପଢ଼ୁଆ ପୁଅଝିଅ ସେଠି ମେଳି କରିଛନ୍ତି । କାହା ହାତରେ ଚାହା ତ କାହା ହାତରେ ସିଗାରେଟ୍ । କିଏ ପୁଣି ବର୍ଷା…

ଅଧିକ ପଢ଼ନ୍ତୁ
Bada Dandara Baloonwala

ବଡ଼ଦାଣ୍ଡର ବେଲୁନ୍‌ବାଲା

ଗୀତଗୋବିନ୍ଦର ଅପୂର୍ବ ସଙ୍ଗୀତ ଝରି ଆସୁଛି । ଧୀରେ ଧୀରେ ଆଲୋକ ଶୂନ୍ୟ ହେଲା ଶ୍ରୀମନ୍ଦିର । ଭକ୍ତମାନେ ବାହୁଡ଼ି ଆସିଲେ । ଝଣଝାଣ ଶବ୍ଦ ହୋଇ ବନ୍ଦ ହୋଇଗଲା ସିଂହଦ୍ୱାରର ଦରଜା । ରାତି ପ୍ରାୟ ଯୌବନ ବୟସ ଧରିବ ଧରିବ ହେଲାଣି । ସଂପୂର୍ଣ୍ଣ ଜନଶୂନ୍ୟ ନ ହେଲେ ବି ଧୀରେ ଧୀରେ ମୌନ ହୋଇଆସୁଛି ବଡ଼ଦାଣ୍ଡର ପରିବେଶ । ଦୀପମାନେ ଘିଅ ଖାଇ ବୁଝି ସାରିବା ପରି ସମସ୍ତଙ୍କ ମନ ଥକା ଧରିଲାଣି…

ଅଧିକ ପଢ଼ନ୍ତୁ
Kata Gudi

କଟାଗୁଡ଼ି

ସରିତା ହାତରେ ଲଟେଇ ଓ ଗୁଡ଼ି ଧରି ପାଦ ଚାପି ଚାପି ଛାତ ଉପରକୁ ଆସିଗଲା । ନା……….. କେହି କୁଆଡ଼େ ନାହାନ୍ତି । ସକାଳ ହେବାକୁ ଆଉ ଟିକେ ଡେରି ଅଛି । ଏଇଟା ହିଁ ଉପଯୁକ୍ତ ମାହେନ୍ଦ୍ର ବେଳା । ଲମ୍ବିଥିବା କାନିଟିକୁ ଟାଣି ନେଇ ସେ ଅଣ୍ଟାରେ ବାନ୍ଧିଲା । ଲଟେଇରୁ ଧୀରେ ଧୀରେ ସୁତାକୁ ଛାଡ଼ିବାକୁ ଲାଗିଲା । ଗୁଡ଼ିଟି ପବନର ଗତି ସାଙ୍ଗେ ତାଳ ଦେଇ ସରର୍ ସର୍ କରି…

ଅଧିକ ପଢ଼ନ୍ତୁ
Odisha - Odia Poem by Satyabrata Sahu

ଓଡ଼ିଶା

ଗୁଜୁରାଟରେ ଜନ୍ମ ହୋଇଥିବା ଇଂରାଜୀ ମିଡିୟମର ସ୍କୁଲର ଷ୍ଟାଣ୍ଡାର୍ଡ-୨ରେ ପଢ଼ୁଥିବା ମୋ ପୁତୁରା ବାପି ଭାରତ ମାନଚିତ୍ରରେ ଓଡ଼ିଶାର ସୀମାରେ ହାତ ଲଗାଇ ମୋତେ ପଚାରିଲା, “ଦାଦା, ଏଇଟା ଓଡ଼ିଶା ନା ! ଆମ ମାତୃଭୂମି ପରା ଓଡ଼ିଶା ।” ନୀଳ ଚିହ୍ନିତ ଅଂଶକୁ ହାତ ଲଗାଇ କହିଲା, “ଏଇଟା ଚିଲିକା ଆଉ ପାଖରେ ଥିବା ମନ୍ଦିରକୁ ହାତ ଲଗାଇ କହିଲା ଏଇଟା ଶ୍ରୀମନ୍ଦିର ତ ଦାଦା ! ଜଗନ୍ନାଥ ପରା ଆମ ବଡ଼ଠାକୁର ଅନେକ ମହିମା…

ଅଧିକ ପଢ଼ନ୍ତୁ