Odia Poem Hasara Janha (ହସର ଜହ୍ନ) by Ashutosh Meher

ହସର ଜହ୍ନ

ଆକାଶେ ହସଇ ହସକୁରି ଚାନ୍ଦ ସୁନାର ମୁକୁଟ ପିନ୍ଧି ତା’ ରୂପ ମାଧୁରୀ ମନେ ଲାଖିଯାଏ ପ୍ରେମ ଫାଶେ ଦିଏ ଛନ୍ଦି । ହସ ଭରେ ଲେସା ଲାବଣ୍ୟ ମାଧୁରୀ ମନ ନେଉଥାଏ କିଣି ଅନାଇଁ ରହିଲେ ରାତି ପାହିଯାଏ ସମୟ ସରେନା ଜାଣି । ଦେଖି ଚାହିଁ ଯାଉ ଜୀବନ ମୋ ବିତି ପ୍ରେମ ଏ’ ସୁଆଦ ଭିନ୍ନ ପ୍ରେମିକ ଜୀବନେ ବୁଡ଼େନା କେବେ ତ ପୁନେଇଁ ହସର ଜହ୍ନ । – ଆଶୁତୋଷ ମେହେର…

ଅଧିକ ପଢ଼ନ୍ତୁ
Odia Poem Smruti (ସ୍ମୃତି) by Swarnamayee Sarangi

ସ୍ମୃତି

ସ୍ମୃତି ଏକ ରୂପା ଜହ୍ନ ମୋ ମନ ଆକାଶରେ କେବେ ଝଲମଲ ଅନୁଭୂତିର ଶୀତଳ ଜ୍ୟୋସ୍ନା ସାଥୀରେ କେବେ ବିବର୍ଣ୍ଣ ଅନୁଭୂତିର କଳା ବାଦଲ ଛାଇରେ, କେବେ ପ୍ରତିବିମ୍ବିତ ହୁଏ ଅନୁଭୂତିର କାଚ ଆଇନାରେ କେବେ ମତୁଆଲା ଅନୁଭୂତିର ପିଆଲା ପାନରେ, ଚିରଦିନ ଅଲିଭା ଅଙ୍କାବଙ୍କା ଗାରଟିଏ ମୋ ମନର ଭଙ୍ଗା ସିଲଟ ଛାତିରେ । କେବେକେବେ ଶୀତୁଆ ରାତ୍ରିର ପାହାନ୍ତି ପ୍ରହର ସ୍ୱପ୍ନରେ ସ୍ମୃତିସବୁ ଚୁପିଚୁପି ଆସି ମୋତେ ନିଦରୁ ଉଠାନ୍ତି, ଫ୍ରକ୍ ପିନ୍ଧା ଛୋଟ…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Krushnendu Hota

ସମୟ

ସମୟ ଚକ୍ରରେ ଘୁରୁଛି ମଣିଷ ସବୁବେଳେ ଘୁରୁଥାଏ, କାହାକୁ ଅପେକ୍ଷା କରେନାହିଁ କେବେ ଅବିରତ ଚାଲୁଥାଏ । ଗଲା ସମୟ ସେ ବିତିଯାଇଅଛି ଆଉ ସେ ଫେରିବ ନାହିଁ, ଛାପି ହୋଇଯିବ ହୃଦୟ କାନ୍ଥରେ କଦାପି ଲିଭିବ ନାହିଁ । ଠିକ୍ ଭୁଲ୍ କ’ଣ କହେ ସମୟ ହୁଏନି ସେ ସ୍ୱାର୍ଥପର, ଆଦେଶ ତାହାର ନମାନି ଚଳିଲେ ଭବିଷ୍ୟତ ଅନ୍ଧକାର । ସମୟକୁ ଯିଏ ଗୋଇଠା ମାରିକି ଭୁଲିଯାଏ ତା’ର ପାପ, ବୁଝିଲା ସମୟେ କିଛି ଥିବ…

ଅଧିକ ପଢ଼ନ୍ତୁ
Odia Poem Sesha Prasna Tumaku (ଶେଷ ପ୍ରଶ୍ନ... ତୁମକୁ) by Sushama Parija

ଶେଷ ପ୍ରଶ୍ନ… ତୁମକୁ

ତୁମେ ଥିଲ ସମସ୍ତଙ୍କଠୁ ଭିନ୍ନ ସ୍ଥିତଧୀ, ଦରଦୀ ମଣିଷଟିଏ ଯିଏ ମାନବତାର ମୂଲ୍ୟ ବୁଝିଥିଲା ଶୈଶବରେ ଧୂଳି ଖେଳବେଳେ କାହା ଦେହରେ କ୍ଷତଟିଏ ହେଲେ ତୁମ ଆଖିରେ ଲୁହ ଆସୁଥିଲା, ଗାଆଁରେ ଖୁବ୍ ନିକଟରୁ ଦେଖିଥିଲ ଦାରିଦ୍ର୍ୟର ଯନ୍ତ୍ରଣା ଆଉ ଅସହାୟତାକୁ, ଗୌତମ ବୁଦ୍ଧଙ୍କ ଭଳି ବ୍ୟସ୍ତ, ବ୍ୟଥିତ ହୋଇ କହୁଥିଲ, ଏମାନଙ୍କୁ ଏମିତି ମରିବାକୁ ଦେବିନି ମୁଁ । ଏଇଠୁ ତିଆରିବି ସ୍ୱର୍ଗ ସେମାନଙ୍କ ପାଇଁ, ହସିବ ମୋ ଗାଆଁ, ମୋ ମାଆ, ମୋ’ ମାଟି…

ଅଧିକ ପଢ଼ନ୍ତୁ
Odia Poem Yudh (ଯୁଦ୍ଧ) by Dr. Trupti Ranjan Das

ଯୁଦ୍ଧ

ଆସ ଯୁଦ୍ଧ ଦେଖିବ ସିପାହୀର ଘର ସମ୍ମୁଖରେ ଛିଡ଼ା ହେଇ ଫୁଟୁ ନଥିବ ବନ୍ଧୁକ ତୁଟୁ ଥିବ କାହା ହାତର ଚୁଡ଼ି ନଥିବ ବାରୁଦ, କରୁଣ ବିଳାପ ଆକାଶରେ ଯାଉଥିବ ଉଡ଼ି ପୋଡ଼ା ଶବର ଗନ୍ଧ, ମଶାଣୀରେ ଗହଳି ଅଗଣା ଶାନ୍ତ ଆଉ ନିସ୍ତବ୍ଧ ଯୁଦ୍ଧଅନ୍ତେ ଯୁଦ୍ଧ ଭୂମି ପରି ସ୍ୱପ୍ନମାନେ ଯୁଦ୍ଧ କରୁଥିବେ ରାତି ସହ ନିଦମାନେ ଲୁହ ସହ ଦୁଇ ମୁଠା ଚାଉଳ ଧରିଥିବ ହାଣ୍ଡିର ଘଣ୍ଟିକା ସିନ୍ଦୁର ଫିକା ପଡ଼ିବାକୁ ସିନ୍ଥି ସହ…

ଅଧିକ ପଢ଼ନ୍ତୁ