ଓଡ଼ିଆ ଖାଦ୍ୟର ବାସ୍ନା ଅଲଗା,
ରାଇଜ ମୋ ଅଟେ ତା’ଠୁ ଅଧିକା ।
ସଭିଏଁ ଅଟନ୍ତି ଭଉଣୀ ଭାଇ,
ଆଜିକାଲି ଆଉ ସେ ଭାବ ନାହିଁ ।
ରାଗ ଅଭିମାନ ଚୁଲିକୁ ଯାଉ,
ଓଡ଼ିଆଙ୍କ ପ୍ରେମ ଏମିତି ଥାଉ ।
ଛାଡ଼ି ଚାଲିଗଲେ ବୋଧେ ବହୁତ,
କରିବନି କେବେ ଆମ ସହିତ ।
ପୁରୁଣା ହିସାବ ପରେ କରିବ,
ନୂଆ ବରଷରେ ସାଥିରେ ଥିବ ।
ହସି ଖେଳି କଟି ଯାଉ ଜୀବନ,
ଆତ୍ମା ଗଲା ଦିନ ନଯାଏ ଧନ ।
ନିଜର ବୋଲି କିଛି ଯେ ନାହିଁ,
ମନ୍ଦିରେ ବସିଛି କାଳିଆ ଚାହିଁ ।
ସବୁର ହିସାବ ରଖିଛି ସେଇ,
ଗଲାଦିନ ଦେବ କାନରେ କହି ।
ବିଶ୍ୱାସରେ ବିଷ ନଦେବ କେବେ,
ସଭିଏଁ ରହିବା ଆନନ୍ଦେ ତେବେ ।
ଆନନ୍ଦେ ଗାଇବା ଶାନ୍ତିର ଗୀତ,
ଶୁଣିବ ଏହାକୁ ସାରା ଜଗତ ।