ଶିଶୁ ସିଏ

Odia Poem Sishu Sie (ଶିଶୁ ସିଏ) by Sunita Patel

କାଠଖଣ୍ଡକୁ କଣ୍ଢେଇ କରି
ଦୁଃଖକୁ ଭୁଲାଇ
ହସି ପାରେ ଯିଏ,
ଶିଶୁ ସିଏ ।

କେବଳ
ନିଜ ଖୁସିରେ ଖୁସି
ନିଜ ଦୁଃଖରେ ଦୁଃଖୀ
ହୁଏ ଯିଏ
ଶିଶୁ ସିଏ ।

ନା ଅତୀତ,
ନା ଭବିଷ୍ୟତ ବୁଝେ ସିଏ
ନିଜ ବର୍ତ୍ତମାନରେ
ଖୁସି ରହିପାରେ ଯିଏ
ଶିଶୁ ସିଏ ।

ନା ପଥରକୁ ଇଶ୍ୱର
ନା ଇଶ୍ୱରକୁ ପଥର
ମାନେ ଯିଏ
ଶିଶୁ ସିଏ ।

କିଛି ନୂଆ ଶିଖିବାପାଇଁ
ବାର୍ ବାର୍ ହାରିବାକୁ
ଡରେନି ଯିଏ
ଶିଶୁ ସିଏ ।

ମନରେ ଉଙ୍କି ମାରୁଥିବା
ପ୍ରଶ୍ନର ଉତ୍ତର ପାଇଁ
ପ୍ରଶ୍ନର ମାଳ
ଗୁନ୍ଥେ ଯିଏ
ଶିଶୁ ସିଏ ।

ଯାହା ହୃଦୟ ପ୍ରଭୁଙ୍କ ଘର,
ଶିଶୁ ବୋଲି କୁହେ
ତାକୁ ସଂସାର ।

– ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...