ସୀମାନ୍ତ ସିନ୍ଦୁର

Simanta Sindura

ଅବିରକୁ
ପଥ ଚାହେଁ
ଅଦୃଶ୍ୟ ପ୍ରତିମା
ମୋ ପ୍ରିୟତମା ॥

ନିଜକୁ ଭସାଇ
ଭାସି ଜଳି ଚାଲେ
ନିର୍ବାକ ଫଗୁଣେ
ମନର ଅତଳ ତଳେ ତା’
ସବନ୍ୟା ବିଜୁଳି ଝରଣ
ଅଧରର ଅଦେଖା
ଚପଳତା
ମୁକର ବଂପିତ ଭାଷା
ମାଟିର ପ୍ରତିମା
କିସେ ଅବା ସବୁଜିମା
ମୋ ପ୍ରିୟତମା ॥

ନିଜେ ନିଜକୁ
ମୁଁ ଚିରି ତା’ ପାଇଁ ଗଢ଼ିତୋଳିଛି
ଶଙ୍ଖା ଚୁଡ଼ି ମୁଦି ଓ ପାଉଁଜି
ମଥାମଣି, ଓଡ଼ିଆଣୀ
ରକ୍ତର ନିଗାଡ଼ି ରଙ୍ଗ
ଅଳତା ତା’ ପାଦେ ମୁଁ ଯେ
ସୀମାନ୍ତ ସିନ୍ଦୁର ଗାର
ଅବଶୋଷ ଆବରଣ ତା’ର
ଦିଏ ଦେଖା ଲୁପ୍ତ ଚେତନାରେ ମୋର
କାଠର ପ୍ରତିମା ମୋ ପ୍ରିୟତମା ॥

ବାସକ ସଜ୍ଜାହୃଦେ
ସଜ୍ଜିତ ମନୋରଥ
ବସନ୍ତର ଆଗାମନି
ସ୍ବପ୍ନ ପ୍ରତିଫଳିତ
ମୋ ହୃଦୟ ନନ୍ଦନ ବନେ
ଅହେତୁକ ଆଶଙ୍କାର ପରିସମାପ୍ତି
ନିର୍ଜୀବ ମନର ଅନ୍ୱେଷଣ
କୌତୁହଳ ଇନ୍ଧନ
ମୁଁ ମୋ ସ୍ତବ୍ଧ ଓ ସ୍ୱପ୍ନିଳ ପ୍ରତିମା
ମୋ ପ୍ରିୟତମା ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...