ସଭାକୁ ସମୟ ନାହିଁ…
ଉପାଧି ନେବାକୁ କନ୍ଦଳ ତ’ ଚାଲେ
ଠେଲାପେଲା… ମୁହାଁ ମୁହଁ…
ସଭାପତି ବାବୁ ସଭାକୁ ଆସନ୍ତି…
ନେଇ ତାଙ୍କ ଅଡ଼ି କାର୍
ସମ୍ପାଦକ କଥା କ’ଣ କହିବି…
ସଭା ଅଧାରୁ ହୁଅନ୍ତି ପାର୍…
ସଭା ସଭ୍ୟ ଏଠି ତୁଲାନ୍ତି ଯେ କାର୍ଯ୍ୟ
ହସ ଖୁସି ଆନନ୍ଦରେ…
କୁହନ୍ତି ସାହିତ୍ୟ ଆମର ଜନନୀ
ତା’ କର୍ମେ କେ ଅବହେଳା କରିପାରେ…
ଲାଗେ ବେଳେ ବେଳେ ସ୍ୱାର୍ଥପାଇଁ ଆମେ
ସାହିତ୍ୟର କରୁ ସଉଦା
ସାହିତ୍ୟ କାମରେ ରାଜନୀତି ଦଳ
ସତରେ ଆମେ କେମିତି ଉଠାନ୍ତି ଫାଇଦା…
ଲଜ୍ୟା ଲାଗେ ମୋତେ ଏହି ସବୁ ଦେଖି
ନିଜ ଜୀବନକୁ ଧିକ ମଣେ…
ତଥାପି ସାହିତ୍ୟ ପ୍ରେମର ଭାବନା
ମୋତେ ତୋ କୋଳକୁ ଟାଣି ଆଣେ…
ନିଷ୍ପତ୍ତି ନେଇଛି- ଅପେକ୍ଷା ବି ନାହିଁ…
ଯିବି ନିଜ ବାଟ ଧରି…
କେବେ କାହାକୁ ବାଧ୍ୟ କରିବିନି…
ଯେ ଯାଏ ଥିବ ସାହିତ୍ୟରେ ପ୍ରେମ ତୋ’ରି…
– କୁନା ସାହୁ