ପ୍ରାପ୍ତେଷୁ

Prapteshu

ମୁଁ ସେଦିନ ଯାଇଥାଏ ଓଡ଼ିଶା ଷ୍ଟେଟ ଲାଇବ୍ରେରୀ । ଯେତେବେଳେ ଖାଲି ସମୟ ପାଏ ମୁଁ ଚାଲିଆସେ ଏଠିକି । ସେଦିନ ସାମ୍ୟବାଦ ଉପରେ ଆଧାରିତ କାର୍ଲମାକ୍ସଙ୍କ ‘Das Capital’ ହିଟି ପଢ଼ିବାକୁ ଭାବିଲି । ହୁତ ଖୋଜା ଖୋଜି ପରେ ହିଟି ଆଣିଲେ ଲାଇବ୍ରେରୀ କର୍ମଚାରୀ । ହି ନମ୍ୱର, ନାଁ, ମୋ ନାଁ ଦସ୍ତଖତ କରି ହିଟି ଆଣି ବସି ପଢ଼ିଲି ପାଖରେ ଥିବା ଟେବୁଲ ପାଖରେ । କିଛି ଲୋକ ମଧ୍ୟ ପଢ଼ୁଥାନ୍ତି । ମୁଁ ଆଣିଥିବା ହିଟି ହୁତ ପୁରୁଣା ଜଣା ପଡ଼ୁଥିଲା । ବୋଧେ ତିରିଶି ଚାଳିଶି ବର୍ଷ ପୁରୁଣା ହେବ । ମୁଁ ହିଟିକୁ ଖୋଲି ପଢ଼ିବାକୁ ଲାଗିଲି । କାହିଁକି କେଜାଣି ସେଦିନ ପଢ଼ିବାକୁ ମନ ଲାଗୁନଥିଲା । ହିର ଫର୍ଦ୍ଦ ମଧ୍ୟ ମୋ ମତି ଥିଲା । ପୁରୁଣା ଥିବାରୁ ଫର୍ଦ୍ଦରୁ ଫର୍ଦ୍ଦ ଅଲଗା କରିବା ସମୟରେ ସାବଧାନତାରେ କରିବାକୁ ପଡ଼ୁଥିଲା । ମୁଁ ହିର ପଛପଟକୁ ଲେଉଟାଇଲି ପଛପଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ହିର ପଛପଟେ ମଲାଟରେ ଲାଗିଥିଲା ଗୋଟେ ଲଫାପା ।

ମୁଁ ହି ପଢ଼ା ବନ୍ଦ କରି ସେ ଲଫାପାରେ ଅଛି ଜାଣିବା ପାଇଁ ଚେଷ୍ଟା କଲି । ଲଫାପାର ଗୋଟେ କୋଣ୍ଟିକୁ ଅଠା ଦେଇ ହି ହିତ ଲଗେଇ ଦିଆଯାଇଥିଲା । ମୁଁ ଲଫାପାଟିକୁ କାଢ଼ି ଆଣିଲି । ଲଫାପାର ଗୋଟେ ପଟେ ଅସ୍ପଷ୍ଟ ଭାବେ ଲେଖାଥିଲା ।

ପ୍ରାପ୍ତେଷୁ,
ସୁଭଦ୍ରା ମହାନ୍ତି
ସା/ପୋ- ବଡ଼ ଆଙ୍କୁଲା, ସାକ୍ଷୀଗୋପାଳ
ପୁରୀ, ଓଡ଼ିଶା

ମୁଁ ପ୍ରାପ୍ତେଷୁ ଠିକଣାଟି ପଢ଼ିସାରି ଏକ ଭାଳେଣିରେ ପଡ଼ିଗଲି । କିଏ ସୁଭଦ୍ର ମହାନ୍ତି? ମୁଁ ନିରୂପାୟ । ଆମ ଘର କଥା ତମେ ତ ଜାଣିଛ । ଭାଇ ବାହାରେ ରହୁଥିବାରୁ ବାପାମାଆଙ୍କ କଥା ମୋତେ ବୁଝିବାକୁ ପଡ଼େ । ହେଲେ ତମକୁ ଏସବୁ ପସନ୍ଦ ଆସେନା । ଏମିତିକି ତମେ କ‌ହିଥିବା କଥାରେ ମୁଁ ଏକମତ ହୋଇପାରୁନାହିଁ । ମୁଁ ମୋ ବାପାମାଆଙ୍କୁ ଛାଡ଼ି ତମ ପାଖକୁ ଚାଲିଆସିବି, କାହିଁକି ନା ତମେ ମୋ ବାପାମାଆଙ୍କ ସେବା କରିବ ନାହିଁ ବୋଲି କ‌ହିଥିଲ । ହେଲେ ମୁଁ ତମ କଥାରେ ଏକମତ ହୋଇପାରୁନି । ତୁମେ ତ’ ଜାଣ ମୁଁ ତୁମକୁ କେତେ ଭଲପାଏ । ଯେମିତିକି ସୂର୍ଯ୍ୟ ଓ ପୃଥିବୀ ଭିତରେ ଦୂରତାକୁ କୌଣସି ଫିତା ମାପିପାରିବ ନାହିଁ, ସେମିତି ତମ ପାଇଁ ଥିବା ମୋ ଭିତରେ ଭଲପାଇବାକୁ କୌଣସି ଫିତା ମାପିପାରିବ ନାହିଁ । ନୂତନ ଚାକିରି ଆସିଥିବାରୁ ମୁଁ ପାରଳାଖେମୁଣ୍ଡି ଚାଲିଯାଉଛି । ମୋ ମତରେ ରାଜି ଥିଲେ ନୂଆ ଠିକଣାରେ ଚିଠି ଦେବ । ମୁଁ ଆଶାକରେ ତମେ ଏ ଚିଠିଟି ପଢ଼ି ମୋତେ ବୁଝିପାରିବ । ତୁମର ଅପେକ୍ଷାରେ ରହିଲି ।

ଇତି
ତୁମର ରାଜା
ଗୌରଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି

ଚିଠିଟି ପଢ଼ିସାରି ମୁଁ ଭାବବିଭୋର ହୋଇ ଉଠିଲି । ମୁଁ ଭାବିଲି କୌଣସି କାରଣରୁ ବୋଧେ ଚିଠିଟି ସଠିକ ଠିକଣାରେ ଞ୍ଚି ପାରିନି । ମୁଁ ସେ ଚିଠିଟିକୁ ଧରି ଲାଇବ୍ରେରୀରୁ ବାହାରି ଆସିଲି ।

ସବୁଦିନ ଭଳି ରାତି ଖାଇବା ଖାଇସାରିବା ପରେ ବସିଗଲି ଧାରାବାହିକ ଉପନ୍ୟାସ ଲେଖିବାରେ । କିନ୍ତୁ କାହିଁକି କେଜାଣି ମୁଁ ଲେଖିପାରିଲି ନାହିଁ । ଆଜି ସକାଳେ ପାଇଥିବା ଚିଠିଟିର ପ୍ରତ୍ୟେକ ଶବ୍ଦ ମୋ ମସ୍ତିସ୍କ ଭିତରେ ଯେମିତି ଏକ ଝଡ଼ ସୃଷ୍ଟି କରୁଥିଲା । ରାତିରେ ମଧ୍ୟ ଠିକରେ ଶୋଇପାରିଲି ନାହିଁ । ମୁଁ ଶୋଇରହି ଭାବିଲି; ସୁଭଦ୍ରା ମହାନ୍ତି ଚିଠିର କିଛିନା କିଛି ସମ୍ପର୍କ ସେହି ହି ସାଙ୍ଗରେ ନିଶ୍ଚୟ ଅଛି । ହେଲେ ସୁଭଦ୍ରା ମହାନ୍ତି ଏବେ ସେ ଚିଠିକୁ କେମିତି ପାଇବେ, ମୁଁ ସେ ଚିଠିକୁ ନେଇ ଆସିଲି । ଏମିତି ଚିନ୍ତିତ ଅବସ୍ଥାରେ ମୋତେ ନିଦ ଆସିଯାଇଥିଲା । ସକାଳୁ ମୁଁ ସେ ଚିଠିଟି ନେଇ ଚାଲିଲି ଷ୍ଟେଟ ଲାଇବ୍ରେରୀକୁ, ଭାବିଲି ହି ନମ୍ବରକୁ ଧରି ଲାଇବ୍ରେରୀ ରେଜିଷ୍ଟରରୁ ଜାଣିପାରିବି କି ସେ ହି ମୋ ପୂର୍ବରୁ ପଢ଼ିବାକୁ ଆଉ କିଏ ନେଇଛନ୍ତି । ହେଲେ ମୁଁ କେମିତି ଜାଣିବି? ଲାଇବ୍ରେରୀ ଷ୍ଟାଫ ମୋତେ ସେ ରେଜିଷ୍ଟର ଦେଖେଇବେ? କାହିଁକି ବା ଦେଖେଇବେ? ମୁଁ ହୁତ ହିବାପରେ ଲାଇବ୍ରେରୀର ପାଢ଼ୀବାବୁ ସେଦିନ ଅପରାହ୍ନରେ ମୋତେ ରେଜିଷ୍ଟର ଦେଖେଇଲେ । ସେ ମୋ ଆଗରେ ଗୋଟେ ଗୋଟେ କରି ଦେଖିଚାଲିଲେ । ପ୍ରାୟ ଦୁଇଘଣ୍ଟାଧରି ଆମେ ଦେଖିଲୁ ରେଜିଷ୍ଟରକୁ । ଦିନ ପରେ ସପ୍ତାହ ମାସ ପରେ ମାସ ଦେଖିଯାଉଥିଲୁ ।

ଆମେ ଦଶବର୍ଷର ରେଜିଷ୍ଟର ଚେକ୍ କରିସାରିଲେଣି,” ବୋଲି ହିଲେ ପାଢ଼ୀବାବୁ । ମୁଁ ଭାବୁଥିଲି ସେ ଚିଠିକୁ ଯିଏ ରଖିଛି ସେ ପଢ଼ିବା ପାଇଁ ହିଟିକୁ ନେଇଥିବ । ଆଉ ରେଜିଷ୍ଟରରେ ତାନାଁ ନିଶ୍ଚୟ ଥିବ । ପାଢ଼ୀବାବୁ ଦଶ ବର୍ଷର ରେଜିଷ୍ଟର ଦେଖେଇଲେଣି ହେଲେ ସେଥିରେ ନାହିଁ । ବୋଧେ ଦଶବର୍ଷ ଆଗରୁ ତାହେଲେ ଆଉ କିଏ ହିଟି…. ଏମିତି ଭାବୁଥାଏ । ପାଢ଼ୀବାବୁ ହିଲେ, “ମୁଁ ଭାବୁଛି ବୋଧେ ଆଉ ଖୋଜିବା ଭଲ । କାରଣ ଆଉ ପୁରୁଣା ରେଜିଷ୍ଟର କେଉଁଠି ଅଛି ମୁଁ ଜାଣିନି ।” ମୁଁ ପାଢ଼ୀବାବୁଙ୍କଠୁ ନିରାଶ ହୋଇ ଫେରିଲି ଘରକୁ । ସାଙ୍ଗରେ ଥାଏ ସେଇ ପୁରୁଣା ଚିଠି । ଭିତରେ ଦିନେ ଦୁଇଦିନ ହେଇଗଲାଣି ।

ମୁଁ ଭାବିଲି ଆଛା ମୋ ପାଖରେ ପ୍ରାପ୍ତେଷୁ ଠିକଣା ଅଛି । ଯଦି ସେଇ ଠିକଣାରେ ମୁଁ ଆଉଥରେ ସେଇ ଚିଠିଟିକୁ ପୋଷ୍ଟ ସାହାଯ୍ୟରେ ପଠେଇ ଦିଅନ୍ତି ତେବେ ଚିଠିଟି ସଠିକ ଠିକଣାରେ ଯାଇପାରନ୍ତା । ମୁଁ ବାହାରିଲି ପୋଷ୍ଟ ଅଫିସକୁ । ପୋଷ୍ଟ ଅଫିସ ଆଗରେ ଞ୍ଚି ଦେଖିଲି ସମୟ ହୋଇ ଥିବାରୁ ପୋଷ୍ଟ ଅଫିସ ଖୋଲିନି । ମୋ ଜର ସେଇ ଲଫାପା ଉପରେ ପଡ଼ିଲା, ମୁଁ ପୁଣି ଭାବିବାକୁ ଲାଗିଲି । ଯଦି ପୋଷ୍ଟ ଦ୍ୱାରା ଏଇ ଚିଠିଟି ଠିକଣାରେ ଞ୍ଚିପାରିଥାନ୍ତା ତେବେ ମୋତେ ମିଳିନଥାନ୍ତା । ମୁଁ ଭାବିଲି ଚିଠିଟି ଯାଇ ଦେଇଆସିବି ପ୍ରାପ୍ତେଷୁଙ୍କୁ । କାଲି ରବିବାର କିଛି କାମ ବି ନାହିଁ । ବାହାରିଲି ସାକ୍ଷୀଗୋପାଳ । ଦିନ ଏଗାରଟା ବାଜି ଯାଇଥିଲା ମୋତେ ସାକ୍ଷୀଗୋପାଳରେ ଞ୍ଚିବାକୁ । ମୁଁ ଯାଇ କିଛି ଲୋକଙ୍କୁ ପଚାରିଲି ସେଇ ଠିକଣା ବାବଦରେ କିନ୍ତୁ ଉତ୍ତର ପାଇଲି ନାହିଁ । ହୁତ ଖୋଜିବୁଲିଲି ସୁଭଦ୍ରା ମହାନ୍ତିଙ୍କୁ । ଜଣେ ବୁଢ଼ାଲୋକ ଦେଖି ପଚାରିଲି, “ଆଜ୍ଞା, ଏଠି କିଏ ସୁଭଦ୍ରା ମହାନ୍ତି ବୋଲି ଅଛନ୍ତି କି?” ସେ ବୁଢ଼ା ଲୋକଟି ମୋତେ ପ୍ରଶ୍ନିଳ ଆଖିରେ ଚାହିଁରହିଲେ । ମୁଁ ପୁଣି ପ୍ରଶ୍ନ କଲି, “ଆଜ୍ଞା କିଛି ହିଲେନି ଯେ?” ସେ ହିଲେ, “ନା ବାବା ମୁଁ ଜାଣିନି ।” ମୁଁ ଆଗକୁ ଚାଲିଲି । ବୁଲିପଡ଼ି କିଛିବାଟ ଯାଇଛି କି ନାହିଁ ସେ ମୋତେ ଡାକିଲେ ପଛରୁ । ମୁଁ ତାଙ୍କ ପାଖକୁ ଯିବାରୁ ସେ ମୋତେ ହିଲେ, “ବାବା ସୁଭଦ୍ରା ଆଉ ଏଠି ରହୁନି କି ଆଉ ଆସୁନି । ସେ ଭୁବନେଶ୍ୱରରେ ଗୋଟେ ବୃଦ୍ଧାଶ୍ରମ କରିଛି ଆଉ ସେଇଠି ରହୁଛି ।” ମୁଁ ତତ୍ପର ହୋଇ ପଚାରିଲି, “ସେ ବୃଦ୍ଧାଶ୍ରମର ନାଁ?” ସେ ହିଲେ, “ନା ମୁଁ ଜାଣିନି ।” ଏତକ ହିଦେଇ ସେ ଆଗେଇଗଲେ । ମୁଁ ଭୁବନେଶ୍ୱର ଫେରି ଆସିଲି । ବୃଦ୍ଧାଶ୍ରମ ଯାଇ ଖୋଜିବାରେ ଲାଗିଲି ସୁଭଦ୍ରାଙ୍କୁ । କିନ୍ତୁ ମୁଁ ଅସଫଳ ହେଲି ଖୋଜିବାରେ ।

ଭିତରେ ମାସେ ବିତିଗଲାଣି । ଭୁବନେଶ୍ୱର କଳ୍ପନାରେ ଥିବା ବୃଦ୍ଧାଶ୍ରମ ବିଷୟରେ ମୋର ଜଣେ ବନ୍ଧୁ ମୋତେ ଜଣେଇଲେ । ସେ ବୃଦ୍ଧାଶ୍ରମର ନାଁ ଥିଲା ସୁଭଦ୍ରା ବୃଦ୍ଧାଶ୍ରମ । ସୁଭଦ୍ରା ବୃଦ୍ଧାଶ୍ରମ ନାଆଁଟା ଟାଣି ନେଲା ସେଇ ବୃଦ୍ଧାଶ୍ରମ ପାଖକୁ । ସାର୍ଟ ପକେଟରେ ସେଇ ପୁରୁଣା ଚିଠି । ମୁଁ ଯାଇ ଜଣେ କର୍ମଚାରୀଙ୍କ କଥା ହେବା ପରେ ଜାଣିବାକୁ ପାଇଲି ଯେ, ସୁଭଦ୍ରା ହେଉଛନ୍ତି ବୃଦ୍ଧାଶ୍ରମର ପରିଚାଳିକା । ତାଙ୍କ ଅଫିସରେ ପ୍ରାୟ ମୁଁ ସୁଭଦ୍ରାଙ୍କୁ ଅପେକ୍ଷା କରିଥାଏ । ଅପେକ୍ଷାର ଅନ୍ତ ଘଟାଇ ପ୍ରାୟ ଅଧଘଣ୍ଟା ପରେ ଆସିଲେ ସେ । ମୁଁ ତାଙ୍କୁ ଦେଖି ପଚାରିଲି, “ସୁଭଦ୍ରା ମହାନ୍ତିଙ୍କ ମୋର ଟିକେ କଥା ଥିଲା ଆପଣ ଯଦି…. ।” ମୋର କଥା ନସରୁଣୁ ସେ ହିଲେ, “ମୁଁ ସୁଭଦ୍ରା ମହାନ୍ତି । କଥା ଥିଲା କୁହନ୍ତୁ?”

ଏକଥା ଶୁଣି ମୁଁ ହଡ଼ବଡ଼ ହୋଇ ଯାଇଥିଲି । କାରଣ ମୋ ଆଗରେ ବସିଥିଲେ ଜଣେ ଷାଠିଏ ପଞ୍ଚଷଠି ବର୍ଷର ହିଳା । ମୁଁ କିଛି ହିପାରୁନଥିଲି । ଧୀର ସ୍ୱରରେ ମୁଁ ତାଙ୍କୁ ପ୍ରଶ୍ନ କଲି, “ଆପଣଙ୍କ ଘର ସାକ୍ଷୀଗୋପାଳରେ କି?” ସେ ହିଲେ, “ହଁ ! ତେବେ ଆପଣ କେମିତି ଜାଣିଲେ ଯେ ମୋ ଘର ସାକ୍ଷୀଗୋପାଳରେ ବୋଲି?” ମୁଁ ତାଙ୍କୁ କେମିତି, କେଉଁଠୁ କିପରି ହିବି ବୋଲି ବୁଝିପାରୁନଥିଲି । ସେ ପୁଣି ପ୍ରଶ୍ନ କଲେ, “କିଛି ହିଲେନି ଯେ?” ମୁଁ ସାର୍ଟ ପକେଟରୁ ସେଇ ଚିଠିଟି କାଢ଼ି ବଢ଼େଇଦେଲି ତାଙ୍କ ହାତକୁ । ସେ ଲଫାପାକୁ ଦେଖି ମୋତେ ଚାହିଁଲେ ଚିଠିଟି ପଢ଼ିବାକୁ ଲାଗିଲେ । ମୁଁ ତାଙ୍କୁ ଦେଖୁଥାଏ । ଚିଠିଟି ପଢ଼ିସାରିବା ପରେ ତାଙ୍କ ଆଖିରୁ ହିଗଲା ଦୁଇ ଧାର ଲୁହ । ନିଜ ଲୁହକୁ ନିଜେ ପୋଛି ସେ ମୋତେ ପଚାରିଲେ, “ଆପଣ ଚିଠି କେଉଁଠୁ ପାଇଲେ?” ମୁଁ ହିଲି, “ଷ୍ଟେଟ ଲାଇବ୍ରରୀର କାର୍ଲମାକ୍ସଙ୍କ ‘Das Capital’ ହିରୁ ପାଇଲି । ଚିଠିଟି ହିର…. ।” ମୋ କଥା ନସରୁଣୁ ସେ ହିଥିଲେ, “ଚିଠିଟି ହିର ପଛପଟ ମଲାଟରେ ଗୋଟେ କୋଣରେ ଲାଗିଥିବ । ଚାଳିଶି ବର୍ଷ ତଳର ଘଟଣା । ମୁଁ ସୁରେଶ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲୁ । ନୂଆ କରି ଡେଣା ଲାଗିଥିବା ପ୍ରଜାପତି ଭଳି ମଉଜ ମଜଲିସ କରିବାର ସମୟକୁ ଆମେ ମଧ୍ୟ ଉପଭୋଗ କରିବା । ମୁଁ ତୁମର ବୃଦ୍ଧ, ବ୍ୟାଧିଗ୍ରସ୍ତ ପିତାଙ୍କର ସେବା କରିପାରିବି ନାହିଁ । ତୁମେ ତୁମର ରୋଗ ବ୍ୟାଧିଗ୍ରସ୍ତ ପିତାଙ୍କୁ ଛାଡ଼ି ମୋ ପାଖକୁ ଚାଲିଆସ । ତୁମର ମାଆ ଅଛନ୍ତି ତୁମ ପିତାଙ୍କ ସେବା କରିବା ପାଇଁ । ସେ ମନା କରିଥିଲେ । ମୁଁ ଥିଲି ଧନ୍ୟାଡ୍ୟ ପିତାଙ୍କର ଏକମାତ୍ର କନ୍ୟା । ବିଶ୍ୱବିଦ୍ୟାଳୟରେ ମୁଁ ପିନ୍ଧୁଥିଲି ସବୁଠୁ ଦାମୀ ପୋଷାକ । ଧନ ଅହମିକାରେ ମୁଁ ଅନ୍ଧ ହୋଇଯାଇଥିଲି । ଆବଶ୍ୟକ ହେଲେ ତାଙ୍କ ବାପାଙ୍କ ପାଇଁ ମୁଁ ପରିଚାରିକା ଯୋଗାଇଦେବି ବୋଲି ପ୍ରସ୍ତାବ ଦେଇଥିଲି । ହେଲେ ବାପାଙ୍କର ସେବା ଶୁଶ୍ରୁସାହା କରିବା ଦ୍ୱାରା ସେ ରୋଗମୁକ୍ତ ହୋଇଯିବେ ବୋଲି ସୁରେଶ ହିଥିଲେ ।”

ଏମିତି କଥାକଟିରେ ଆମ ଭଲପାଇବା ଆଗେଇ ଚାଲିଥିଲା । ହଠାତ ସୁରେଶ ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କୁଜଙ୍ଗର ଅଖ୍ୟାତ ପଲ୍ଲୀରେ ସୁରେଶଙ୍କୁ ଖୋଜିବା ମୋ ପକ୍ଷେ ସମ୍ଭବ ନଥିଲା । ସୁରେଶଙ୍କ ଅନୁପସ୍ଥିତି ମୋତେ ବାଧିଥିଲା । ମୁଁ ଲାଇବ୍ରେରୀ ଆଉ ଗଲିନି । ଯଦି ଚିଠିଟି ମୋତେ ମିଳିଯାଇଥାନ୍ତା…….” ହି ଛୋଟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଉଠିଲେ ସୁଭଦ୍ରା ଦେବୀ । କାନ୍ଦି କାନ୍ଦି ସେ ଚାଲିଗଲେ ଝରକା ପଖକୁ । କିଛି ସମୟ ଝରକା ପାଖେ ଛିଡ଼ା ହୋଇ ସେ ଫେରିଲେ ତାଙ୍କ ଚୌକିକୁ । ମୁଁ ତାଙ୍କ ଆଗରେ ପ୍ରସ୍ତାବ ରଖି ହିଲି, “ଯଦି ଆପଣ ହିବେ ପାରଳାଖେମୁଣ୍ଡି ଯାଇ ତାଙ୍କୁ ଖୋଜିବା କି?” ଧୀର ସ୍ୱରରେ ସେ ହିଥିଲେ, ” ମୋ ଜୀବନକୁ ଭପଭୋଗ କରିବାର ଲାଳସା ଆଉ ମୋର ନାହିଁ । ଚିରିଯାଇଥିବା କ୍ୟାଲେଣ୍ଡରକୁ ଯୋଡ଼ି ଦିଆଯାଇପାରେ, କିନ୍ତୁ ବତି ଯାଇଥିବା ସେ ସମୟକୁ ଫେରେଇ ଆଣିହେବ ନାହିଁ । ବିତି ଯାଇଥିବା ସେହି ସ୍ମୃତି ସେମିତି ସ୍ମୃତି ହୋଇଥାଉ । ମୁଁ ବୃଦ୍ଧାଶ୍ରମର ତ୍ୱାବାରିକା ଭାବେ ସେବା କରୁଛି ବୃଦ୍ଧମାନଙ୍କର । ସେମାନଙ୍କ ଭିତରେ ମୁଁ ସୁରେଶଙ୍କ ବାପାଙ୍କୁ ଦେଖୁଛି ।”

ମୁଁ ପ୍ରଣାମ କରି ଫେରୁଥିଲି ସୁଭଦ୍ରା ବୃଦ୍ଧାଶ୍ରମରୁ ।

ରାଧାକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...