ସେ ଗଛଟିଏ
ଆମ ଜୀବନଟିଏ
ସେ ଗଛଟିଏ
ଆମ ବନ୍ଧୁ ସିଏ ।୧।
ସେ ଗଛଟିଏ
ଆମ ନିଶ୍ୱାସଟିଏ
ସେ ଗଛଟିଏ
ଆମ ବିଶ୍ୱାସ ସିଏ ।୨।
ସେ ଗଛଟିଏ
ଆମ ଉପକାରୀଟିଏ
ସେ ଗଛଟିଏ
ଆମ ଉପହାର ସିଏ ।୩।
ସେ ଗଛଟିଏ
ଆମ ପ୍ରୀତିର ଫଗୁଣଟିଏ
ସେ ଗଛଟିଏ
ଆମ ହୃଦୟର ସ୍ପନ୍ଦନ ସିଏ ।୪।
ସେ ଗଛଟିଏ
ଆମ ଭରସାଟିଏ
ସେ ଗଛଟିଏ
ଆମ ଆଶାର କିରଣ ସିଏ ।୫।
ସେ ଗଛଟିଏ
ଆମ ବର୍ତ୍ତମାନଟିଏ
ସେ ଗଛଟିଏ
ଆମ ଭବିଷ୍ୟତ ସିଏ ।୬।
ସେ ଗଛଟିଏ
ଆମ ପରିଚୟଟିଏ
ସେ ଗଛଟିଏ
ଆମ ପରିବେଶ ସିଏ ।୭।
ସେ ଗଛଟିଏ
ଆମ ସକାଳଟିଏ
ସେ ଗଛଟିଏ
ଆମ ସଞ୍ଜକୁ ସିଏ ।୮।
ସେ ଗଛଟିଏ
ଆମ ପିଲାଟିଏ
ସେ ଗଛଟିଏ
ଆମ ଜଗନ୍ନାଥ ସିଏ ।୯।
– ନାରାୟଣ ପାଇକରାୟ
Comments
ନାରାୟଣ ପାଇକରାୟ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।