ଫଗୁଣ ରାଣୀ ଲୋ ଫଗୁଣ ରାଣୀ
ତୋ ରଙ୍ଗ ରୂପେ ସଭିଙ୍କୁ କଲୁ ଗୁଣି
ଋତୁରାଜ ବସନ୍ତକୁ ସାଥେ ନେଇ
ନାନା ରଙ୍ଗେ ସଜେଇ ହେଉ ଫୁଲେଇ ।
ତୋ ମାସେ ଦୋଳ ଯାତ କି ମନୋହର
ରାଧାକୃଷ୍ଣ ଖେଳନ୍ତି ରଙ୍ଗର ଅବିର
କୁଆଁରୀଙ୍କ ତୁ ଅଳସୀ ସପନ
ଅସୁମାରୀ ସପନର ପ୍ରିତି ଗୋପନ ।
ହେ ଫଗୁଣ ରାଣୀ
ତୁ ଯେବେ ମନେ ପଡ଼ୁ
ଡହଡହ ଝାଞ୍ଜି, ଶୀତ ବି
ଲାଗେ ଖୁବ ଆପଣାର ।
ତୋ ଖିଲିଖିଲି ହସ
ମଳୟ ପବନ ଶବଦେ
ହଜିଯାଏ ମନର
ଶାନ୍ତ ସରଳ ଭାବାବେଗ ।
ଅଳସୀ ଅଭିମାନୀ
ଫୁଲେଇ ଫଗୁଣ ଲୋ
ତୁ ପ୍ରେମ ନା ପ୍ରହେଳିକା
ନା ବୈଶାଖର ଝଡ଼କଳିକା ।
ତୋ ସ୍ପର୍ଶେ ସବୁଜ ରାଜି
ହୁଅନ୍ତି କେତେ ପୁଲକିତ
ଫୁଲେଇ ଫଗୁଣ ବୋଲିତ
ଛାଡ଼ି ଯିବୁନି କେବେ ମୋତେ ।