ଭଲପାଇ ଆଜି ଜଳୁଅଛି ମୁଁ ଯେ
ତୁମରି ସ୍ମୃତି ନିଆଁରେ,
ଥିଲି ଏକାହୋଇ ପ୍ରୀତିରଙ୍ଗ କାଇଁ
ଭରିଦେଲ ଜୀବନରେ??
ମନେ ନାହଁ ମୋର କେବେ ତମ ସାଥେ
ଦେଖାହେଲା ଏ ଜୀବନେ,
ଅଜାଣତେ ଆସି ଲୁଟି ନେଇଗଲ
ବଞ୍ଚିବାର ବହୁମାନେ…
ତୁମ ସ୍ମୃତି ନେଇ ଆଜି ବି ଜିଇଁଛି
ଏକାହୋଇ ଦୁନିଆଁରେ ।
ତୁମେ ସିନା ମୋତେ ଭୁଲି ଚାଲିଗଲ
ଭୁଲି ପାରୁନି ମୁଁ ଆଜି,
ବାଲିଘର ମୋର ତୁମେ ଭାଙ୍ଗିଦେଲ
ଅମାନିଆଁ ଢେଉ ସାଜି…
ତୁମ ସ୍ମୃତି ନେଇ ଆଜି ବି ଜିଇଁଛି
ଏକାହୋଇ ଦୁନିଆରେ ।
– ସରସ୍ୱତୀ ଦାସ
Comments

ସରସ୍ୱତୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।