ଆଶା

Odia Poem Asha (ଆଶା) by Samar Bhallav Bhoi

ପରିବାର ଏକ ସମ୍ପର୍କର ସହର
ପିତାମାତା ସନ୍ତାନ ସନ୍ତତି ଅବା
ବନ୍ଧୁ ବାନ୍ଧବୀ ଆଉ ସହୋଦର
ସଭିଏଁ ବନ୍ଧନ ସ୍ନେହ ମମତାର
ଭଲ ମଣିଷଟିଏ ହେଉ ସନ୍ତାନଟି
ଦେଶ ମାତୃକାର ମସ୍ତକରେ
ବିଜୟର ଟୀକା ଭରିଦେଉ
ଆଶା ଥାଏ ସବୁ ପିତାମାତାଙ୍କର
ଭିନ୍ନ ଭିନ୍ନ ଆଶାରେ ପାରି ହୁଅନ୍ତି
ଏ ଜୀବନ ସଂସାର ପାରାବାର ॥

ଭ୍ରମରଟି ଘୂରିବୁଲେ ବଗିଚାରେ
ଆଶା ରଖି ଫୁଲରୁ ମଧୁ ସଂଗ୍ରହର
ପଞ୍ଚମ ସ୍ୱରରେ ଗୀତଟିଏ ଗାଇବାକୁ
କୋଇଲିଟି ଆଶା ରଖି ଆମ୍ବଡାଳେ
ଅପେକ୍ଷାରେ ଥାଏ ବସନ୍ତ ଋତୁର
ଆଶା ବାନ୍ଧି ଘୂରି ବୁଲୁଥାଏ ଲୁଚି ଲୁଚି
ଋତୁ ପରେ ଋତୁ ବସନ୍ତର ମୃଦୁ ମଳୟକୁ ॥

ଚାଲିଥାଏ ପଥିକଟି ଆଶା ଆକାଂକ୍ଷାରେ
ନିଜ ଲକ୍ଷ୍ୟର ଅଙ୍କାବଙ୍କା ରାସ୍ତାରେ
କେବେ ମିଳିଯିବ ଯଦି କିଛି ବାସ୍ତବ ଭାବନାଟିଏ
ଭୋକିଲା ପେଟର ଦରଦକୁ ମୁଣ୍ଡରେ ବୋହି
ଭୋକିଲା ମଣିଷଟି ଆଶା ବାନ୍ଧି ଝୁଣ୍ଟିପଡ଼ୁଥାଏ
ରାସ୍ତାରେ କାଳେ କିଛି ଦାନା ମିଳିଯିବ କି…??

ଆଶା ତ ଅଶୁମାରୀ ମରୁ ମରିଚିକା ପରି
ମଣିଷଟି ଧାଇଁ ଧାଇଁ ନିରବିଯାଏ କିଛି କ୍ଷଣ
ଆଶା ନେଇ ବଞ୍ଚିଥାଏ ସଭିଏଁ ମଣିଷ
ଛାତ୍ରଛାତ୍ରୀ ହୁଅନ୍ତୁ କି ଦେଶର ଜନତା
ନେତା ହୁଅନ୍ତୁ ଅବା ପ୍ରେମିକ ପ୍ରେମିକା
ବ୍ୟବସାୟୀ ହୁଅନ୍ତୁ ଅବା ନାୟକ ନାୟିକା
ସତ୍ୟତାର ପଥିକ ହେଲେ ପୁର୍ଣ୍ଣ ହୁଏ ଆଶା
ଧୈର୍ଯ୍ୟ ଓ ବିଶ୍ୱାସରେ ମିଳେ ସେ ଭରସା ॥

– ସମର ବଲ୍ଲଭ ଭୋଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...