ସୁନ୍ଦର ତା’ ଚାରୁ-ଲତା, ଆଉ ନିରବ ତା’ ପଥ
କଣ୍ଟା ଥାଏ ଅବା ଫୁଲ ଥାଏ, ତା’ ପଥେ ପଥେ
ଚାଲିବାକୁ ହୁଏ ମୋତେ ତା’ ନିର୍ଜନ ବନରେ
କିଛି ହଜିଯାଏ ତ ଆଉ କିଛି ମିଳିଯାଏ,
ନୂଆ ଆଶାର କିରଣ ସେମିତି ସାଥିରେ ମୋ ଥାଏ ॥
ସାଥି ବିନା ଲାଗେ ମୋତେ ଖାଁ ଖାଁ ତା’ ନୀରବ ପଥେ
ଅଜଣା ଭୟରେ ପ୍ରାଣ ମୋର ଶଙ୍କି ଉଠେ
ମନ ମୋର ଏଣେ ତେଣେ ଘୁରି ବୁଲେ,
ଜଣା ନାହିଁ, କେମିତି ମୁଁ ପାରିହେବି ତା’ ନୀରବ ପଥେ ॥
କାହାକୁ ମୁଁ ସାଥି କରିବି ଏ ନୀରବ ପଥେ
କିଏ ମୋ ଦୁଃଖରେ ହେବ ସମ ଦୁଃଖୀ
ଭରିଦେବ କିଛି କ୍ଷଣ ପାଇଁ ମନରେ ପୁଲକ
ଚାଲିଯିବ କିଛି ବାଟ କରି ମୋତେ ସାଥି ॥
ମନକୁ ପଚାରେ ହେଲେ ଉତ୍ତର ପାଏନା
ବସି ବସି ଭାବେ ହେଲେ ରାତି ତ ସରେନା
ଏମିତି ଦିନେ ଭାବୁ ଭାବୁ ଅଖିଆଗେ ନାଚିଉଠେ
କ’ଣ ନୁହେଁ ସେ ମୋ “ନିଃସଙ୍ଗତା” ॥
Comments
ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।