ନିରବ

Odia Poem Niraba (ନିରବ) by Mamata Sahu

ନିରବି ଯାଇଛି ନିରବ ଆଖି ମୋ
ନିରବେ ଝରାଏ ଲୁହ,
ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା
ଦିଶେ ଖାଲି ତୁମ ମୁହଁ ॥

ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ
ସତ୍ୟର ଆଇନା ପାଖେ,
ଅଟକି ଯାଇଚି ଭାଗ୍ୟ ବିବର୍ଣ୍ଣ ମୋ
ବିରହ ସମୟ ସଙ୍ଗେ ॥

ବଦଳି ଯାଇଛି ସବୁ କିଛି ଆଜି
ବିଶ୍ୱାସ ପ୍ରତି ପୃଷ୍ଠାରେ,
ଅପ୍ରାପ୍ତ ରସେଇ ଅଜଣା ନଗରି
ନାହିଁ ଆଜି ଉଲ୍ଲାସରେ ॥

ମୃଦୁ ମୃଦୁ ଆସି ଭିଜାଇଲ ମନ
ହୃଦେ ପ୍ରେମର ଆନନ୍ଦ,
ସେଇ ହୃଦୟରେ ସ୍ଥାପନ କରିଲ
ପ୍ରେମର ଏ ଆଗମନ ॥

ନିଷ୍ଠୁର ସମୟ କଲା ଯେ ସମାପ୍ତି
କ୍ଷଣିକେ ଭଙ୍ଗୁରେ ଲିନ,
ଅବସାଦ ପାଇ ଲୁହରେ ଭିଜୁଛି
ପ୍ରତି ହୃଦୟ ସ୍ପନ୍ଦନ ॥

ବିରହ ଜ୍ଜଳାରେ ଲିପ୍ତେ ଛନ୍ଦି ହୁଏ
ସ୍ନିଗ୍ଧ ସୌଷ୍ଠବ ପ୍ରିତି,
ନିରବ ଆଖି ମୋ ନିରବେ ଝରାଏ
ଖୋଜେ ଅତିତର ସ୍ମୃତି ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...