ମୋତି ଝରୁଥିଲା ହସରୁ ତୋହର
ଲାଗୁଥିଲା କେତେ ଖୁସି
ସୁଖରେ ଦୁଃଖରେ ଭଲରେ ମନ୍ଦରେ
ରହୁଥିଲେ ଆମେ ମିଶି ।
ଅଳ୍ପଦିନ ପାଇଁ ସଂସାରକୁ ଆସି
କରିଲୁ ସଭିଙ୍କୁ ନିଜର
ଭାଇ ଭାଇ କହି ହାତେ ବାନ୍ଧୁଥିଲୁ
ସେନେହେ ରାକ୍ଷୀର ଡୋର ।
କୁଆଡ଼େ ଗଲୁଲୋ ମୋ ସୁନା ଭଉଣୀ
ଛିଡ଼େଇ ସେନେହ ଡୋରି
ଏକା ଛାଡ଼ିଦେଇ ପର କରିଗଲୁ
ଚାଲିଗଲୁ ଆରପାରି ।
ଆଜି ବି ଖୋଜୁଛି ଏଇ ହାତ ମୋର
ତୋ’ ରାକ୍ଷୀ ବାନ୍ଧିବା ପାଇଁ
ହେଲେ ମୁଁ ଜାଣିଚି ହାତ ମୋର
ଖାଲି ଥିବ ତୋ’ର ରାକ୍ଷୀ ପାଇଁ ।
– ମୃତ୍ୟୁଞ୍ଜୟ ଗୋପାଳ ଲାଲ
Comments
ମୃତ୍ୟୁଞ୍ଜୟ ଗୋପାଳ ଲାଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।