କୃଷ୍ଣା

Odia Poem Krushna (କୃଷ୍ଣା) by Abhilipsa Sahoo

ତୁମ ଆକୃତିର କଳ୍ପନାରେ
ଭରିଯିବ କି ଏ ହୃଦର ଗୀତି
ଅନୁଭବରେ ଯେ ତୁମେ ଦିବ୍ୟ ଭାବନା
ପ୍ରେମ କରିବି ଅବା ରଖିବି ଭକ୍ତି ଆଳତି ।

କେଉଁ ଦିଗେ ଶୁଭୁନାହିଁ ମୁରଲି ମଧୁର
ଦିଶୁନାହିଁ ଗୋବିନ୍ଦଙ୍କ ଗେରୁଆ ଚାମର
ବାସୁନାହିଁ ବୃନ୍ଦାବନ ଚନ୍ଦନ ଚଅଁର
ହେଉନାହିଁ ପୀଡ଼ା ମୋ’ର ଅନ୍ତର ପ୍ରେମର…

ଝରୁନାହିଁ ମଥା ପରେ ଛନ୍ଦ ଲୟର ତିଳକ
ଅନୁରାଗେ ଲିଭୁନାହିଁ ମୋହର ମହକ
ଗୋଧୂଳି ପୟରେ ନାହିଁ ଗୋପଧୂଳିର କୁହୁକ
ଜହ୍ନ କୋଳେ ଦିଶୁନି ମୋ କେଶବ ଶ୍ରୀମୁଖ !

କେଉଁ ଦିଗେ ପରଖିବି ହୃଦୟ କୋହକୁ
କେମିତି ସ୍ପନ୍ଦନ ଦେବି ତୁମ ଲାବଣ୍ୟକୁ
ଭକ୍ତିରସ ବୋଳି ପରସି ଦେବି କି ନାଟ ରସିକ
ଅବା କୃଷ୍ଣ ଫଗୁ ଖେଳି ଶୃଙ୍ଗାରିବି ହେ ପ୍ରେମ ପଥିକ ।

ତୁମ ଆକୃତିର କଳ୍ପନାରେ
ମୃଦୁ ରାସେ ମଣୁଛି ମୁଁ ନିଶିଥ ପ୍ରୀତି
ଅନୁଭବରେ ଯେ ତୁମେ ସମର୍ପିତ ସାଧନା
ପ୍ରେମ କରିବି ଅବା ରଖିବି ଭକ୍ତି ଆଳତି ॥

– ଅଭିଲିପ୍ସା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...