ହସ ଥିଲା, କାନ୍ଦ ଥିଲା,
ରାଗ ରୋଷ, ଅଭିମାନେ..
ଦିନରାତି ବିତିଯାଉଥିଲା… .
ଭାଇ ଭଉଣୀ ଗହଣରେ..
କଳି କନ୍ଦଳ ବେଳାରେ..
ଭିନ୍ନ ଏକ ସରାଗ ତ ଥିଲା..
ରୁଷି ଥିଲେ ଜନନୀ ମୋ..
ଧୂଳି ଝାଡ଼ି ପଣତକାନିରେ..
ସରାଗେ ଖୋଇ ଦେଉଥିଲା..
ସାଙ୍ଗ ସାଥିଙ୍କ ମେଳ ଥିଲା..
ଅକପଟ ଚାହାଣି ବି ଥିଲା..
ନିରୀହତା ଭରି ରହିଥିଲା..
ଅନୁଶାସନ ନିୟମାବଳୀର..
ନାଲି ଆଖି, ତାଗିଦ ବାପାଙ୍କର.
ଜୀବନର ଅଙ୍ଗ ହୋଇଥିଲା.
ମା’ କେତେ ଗେହ୍ଲା କରୁଥିଲା
ଭାଇ ଭଉଣୀଙ୍କ ପ୍ରେମ ଅଭୁଲା..
ପଡ଼ୋଶୀଙ୍କ ସ୍ନେହ ମନେଥିଲା..
ପିଲାବେଳେ ସାଥିସହ ଧୂଳିଘର..
ମିଛି ମିଛିକା କଣ୍ଢେଇ ବାହାଘର..
ବାଗୁଡ଼ି ଖେଳ, ବୋହୁ ବୋହୁକା..
ଲୁଚକାଳି ଖେଳ, ନଦୀରେ ଡ଼ୁବୁକି..
ଲଗାଇ ବା ଏବେ ବି ମନେ ପଡ଼େ..
କାହିଁ ସାତ ସପନ ହୋଇଗଲା..
ମେଘ ସାଥେ ଚପଳାର
ଅନ୍ଧାର ଲୁଚକାଳି ଖେଳ ..
ପିଲାଦିନର ଅନ୍ଧପୁଟୁଳି
ଖେଳ ପରି ଲାଗେ.. ସତେ
ବାଲ୍ୟକାଳ ସମୟ କେବେଠୁ
ଧୀରେ ଧୀରେ ଚାଲିଗଲା..
ଚୋରା ବସନ୍ତ ତାଳେ ତାଳେ..
ଫଗୁଣ ଫଗୁ ଖେଳ ରଙ୍ଗ ବିଞ୍ଚି..
କିଶୋର ବେଳ ଆଗମନ ହେଲା..
ଜୀବନରେ ସୁନ୍ଦର ଘଡ଼ି ଥିଲା..
ଦୁନିଆର ଚିନ୍ତା କୋଷ ଦୂର ଥିଲା
ହସ ଖୁସିରେ ସାଥିମେଳେ କଟିଲା
ମରୀଚିକା ପଛେ ଧାଇଁ..
ଧାଇଁ ହାଲିଆ ହେଲା..
ସୁନା ହରିଣୀ କେବେ
ମିଳିବା କଷ୍ଟସାଧ୍ୟ ଥିଲା..
ମନର ଗଗନେ ସପନର
ରୂପେଲି ଚାନ୍ଦଟିଏ ଉଇଁଲା.
ଦୁର୍ବାର ବାସନା ମନେ ରଖି..
ଲଙ୍ଘିବାକୁ ଉଚ୍ଚ ହିମାଳୟ..
ଉଦ୍ୟମ ଥିଲା ଅକଳନ
ସମୟ ସୁଯୋଗ ଆସିଲା
ସ୍କୁଲ ସମୟର ପରେ
କଲେଜ ସମୟ ଆସିଲା
ମଧ୍ୟାନ ସୁରୁଜ ତେଜ..
ଶତସିଂହ ବଳବୀର୍ଯ୍ୟ..
ପଟୁଆର ସାଥିରେ ..
ଧରି ଆସି ପହଞ୍ଚିଲା..
ତାପମାତ୍ରା କୋପ ସଭିଙ୍କୁ..
ବ୍ୟସ୍ତ କରି ଦେଇ ଥିଲା
ପଲ୍ଲବୀତ ବଟବୃକ୍ଷଟି..
ନବାଗତଙ୍କୁ କୋଳେଇଲା..
ଛାଇ ଦେଲା, ମୃଦୁ ମଳୟ
ସମୀର ଦେଲା, ଖୁସି ଦେଲା..
ଗାଁ ମୁଣ୍ଡରେ ସବୁଜିମାର
ମୂକସାକ୍ଷୀ ପାଲଟିଲା..
ମମତା ବନ୍ଧନ ରଜୁ..
ଆତ୍ମୀୟ ସ୍ୱଜନମାନଙ୍କର..
କ୍ରମେ କ୍ରମେ ଏଇଟା ହୁଗୁଳା
ହେବାକୁ ଲାଗିଥିଲା…
ଦୃଷ୍ଟିରୁ ଅନ୍ତର ହେଲେ..
ମନରୁ ଅନ୍ତର ସତ ହେଲା..
ଉତ୍ତାଳ ତରଙ୍ଗ ଘାତେ…
ସମୟ ସ୍ରୋତସ୍ୱୀନିରେ..
ବିଶାଳକାୟ ବଟବୃକ୍ଷ
ଧରାଶାଇ ହୋଇଥିଲା..
ଶୀତଳତାର ଆଶ୍ୱାଦନରୁ
ସର୍ବେ ବଞ୍ଚିତ ହୋଇଗଲେ..
ବୟସର ଅପରାହ୍ନଟା
କ୍ଲାନ୍ତ ପାଦ ଥାପିଥିଲା..
ଚୁପଚାପ ଆସିବାଟା…
ସତରେ ଜଣା ପଡ଼ି ନଥିଲା..
କ୍ଳାନ୍ତ ଶରୀର, ଥକା ମନ,
ମଧ୍ୟରେ କଥା ହେଉଥିଲା
ସନ୍ଧ୍ୟାକାଳ ଆଗମନର..
ପଦଧ୍ଵନି ସୃତିପଟ୍ଟରେ ବାଜିଲା.
ପଶ୍ଚିମାକାଶ ରକ୍ତିମ ଆଭାରେ..
ଗଗନ ରଙ୍ଗାୟୀତ ହେଲା.
ସତେ ଯେମିତି କିଏ ମୁଠିଏ…
ନାରଙ୍ଗି ମୁରୂଜ ବିଞ୍ଚି ଦେଲା..
ଦୂରେ ଥାଇ କୃର କାଳ
ହାତଠାରି ଡାକୁ ଥିଲା..
ଡେରି ନକରି ମୋ ସାଥେ..
ସହଳ ସହଳ ଚାଲ….
ବାହୁଡ଼ାଯାତ୍ରା ସମୟ ତୋର..
ଏଇନେ ଘନେଇ ଆସିଲା..
– ନର୍ମଦା ଦାସ ନାୟକ