ଆସେ ଯାଏ କହୁ କହୁ
କୋଇଲି କଣ୍ଠର କୁହୁ କୁହୁ
ସକାଳ ହସୁଛି ସନ୍ଧ୍ୟା ନଇଁଛି
ଆସୁ ଯାଉ ଯାଉ
ଗୋଠ ବାହୁଡ଼ାର ଯାତ୍ରା
ପକ୍ଷୀ ନୀଡ଼ ଫେରା ମାତ୍ରା
ସବୁରେ ରହିଛି କେତେ କଥା
ପୁଣି ତୁଉ ମୁଉଁ
ସମୁଦ୍ର ବେଳାରେ ବୁକୁ ପିଟୁଥାଉ
ଯୁଦ୍ଧ ବିରତିର ଶଙ୍ଖ ଶୁଭିଯାଉ
କାଉ କିନ୍ତୁ କହେ କା କା ଉଠିଥାଉ
ନଈ କହେ ଆଗକୁ ଯାଉ ଯାଉ
ତୁଠ ପଥରଟା ନିର୍ଜୀବ ପଡ଼ିଛି
କିଏ ଆସୁ ଅବା କିଏ ଯାଉ
ଜୀବନ ଯମୁନାରେ କେତେ ଢେଉ
ବାରମାସେ ତେର ଜାନି ଯାତ୍ରା ମହୁ
ପକ୍ଷୀ ପଶୁ ସରୀସୃପ ଯେତେ ଆଉ
କିଏ ନଦେଖିଛି କରାମତି ଢେଉ
କୂଳରେ ପିଟି ହେଉ ହେଉ
ଧୋଇନେଇଯାଏ ନିମିଷକ ମାତ୍ରେ
ସୁଖ ଦୁଃଖ ସଙ୍ଗେ କେତେ ଭାବ ଆଉ
ଢେଉର ଚମ୍ପକ ଚମ୍ପା ପାଦ ଥାଉ ଥାଉ
ଚମକ ଚାନ୍ଦିନୀ କହୁଛି ଉହୁ ଉହୁ
ଚପଳଛନ୍ଦା ସେ ମନ୍ଦା ମନ୍ଦା ହସ କାନ୍ଦ
ଦେଇ ନେଉ ଅବା ନେଇ ଦେଉ
ଢେଉ ନିଶ୍ଚୟ ସାଉଁଟା ସପନ ଦାଉ
ଭାଉ ଖାଉ ଖାଉ କୂଳ ଲଂଘୁଥାଉ
ଆଜି ଜୁଆର କାଲିକି ଭଟ୍ଟା ମନେ ରହୁ
ପଡିଯାଉ ଯାଉ କହୁ ବୋଉ ଲୋ ବୋଉ
ବୋଉ ପରି ଢେଉ ପାଇବି ଆଉ କାହୁଁ
– ସୁନନ୍ଦା ମହାନ୍ତି
Comments
ସୁନନ୍ଦା ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

