ଢେଉ

Odia Poem Dheu (ଢେଉ) by Sunanda Mohanty

ଆସେ ଯାଏ କହୁ କହୁ
କୋଇଲି କଣ୍ଠର କୁହୁ କୁହୁ
ସକାଳ ହସୁଛି ସନ୍ଧ୍ୟା ନଇଁଛି
ଆସୁ ଯାଉ ଯାଉ
ଗୋଠ ବାହୁଡ଼ାର ଯାତ୍ରା
ପକ୍ଷୀ ନୀଡ଼ ଫେରା ମାତ୍ରା
ସବୁରେ ରହିଛି କେତେ କଥା
ପୁଣି ତୁଉ ମୁଉଁ
ସମୁଦ୍ର ବେଳାରେ ବୁକୁ ପିଟୁଥାଉ
ଯୁଦ୍ଧ ବିରତିର ଶଙ୍ଖ ଶୁଭିଯାଉ
କାଉ କିନ୍ତୁ କହେ କା କା ଉଠିଥାଉ
ନଈ କହେ ଆଗକୁ ଯାଉ ଯାଉ
ତୁଠ ପଥରଟା ନିର୍ଜୀବ ପଡ଼ିଛି
କିଏ ଆସୁ ଅବା କିଏ ଯାଉ
ଜୀବନ ଯମୁନାରେ କେତେ ଢେଉ
ବାରମାସେ ତେର ଜାନି ଯାତ୍ରା ମହୁ
ପକ୍ଷୀ ପଶୁ ସରୀସୃପ ଯେତେ ଆଉ
କିଏ ନଦେଖିଛି କରାମତି ଢେଉ
କୂଳରେ ପିଟି ହେଉ ହେଉ
ଧୋଇନେଇଯାଏ ନିମିଷକ ମାତ୍ରେ
ସୁଖ ଦୁଃଖ ସଙ୍ଗେ କେତେ ଭାବ ଆଉ
ଢେଉର ଚମ୍ପକ ଚମ୍ପା ପାଦ ଥାଉ ଥାଉ
ଚମକ ଚାନ୍ଦିନୀ କହୁଛି ଉହୁ ଉହୁ
ଚପଳଛନ୍ଦା ସେ ମନ୍ଦା ମନ୍ଦା ହସ କାନ୍ଦ
ଦେଇ ନେଉ ଅବା ନେଇ ଦେଉ
ଢେଉ ନିଶ୍ଚୟ ସାଉଁଟା ସପନ ଦାଉ
ଭାଉ ଖାଉ ଖାଉ କୂଳ ଲଂଘୁଥାଉ
ଆଜି ଜୁଆର କାଲିକି ଭଟ୍ଟା ମନେ ରହୁ
ପଡିଯାଉ ଯାଉ କହୁ ବୋଉ ଲୋ ବୋଉ
ବୋଉ ପରି ଢେଉ ପାଇବି ଆଉ କାହୁଁ

– ସୁନନ୍ଦା ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...