ସମୟ ବି ବେଳେ ବେଳେ ପରୀକ୍ଷା କରିଥାଏ,
ଅଧର୍ମର ବୃଦ୍ଧି ହେଲେ, ପ୍ରତିଶୋଧ ନିଏ ।
ଏ ମୂଢ଼ ମାନବ ଜାତି ଲୋଭ କରୁ ନୀତି,
ଅତି ଆଜି ଇତି ହେଲା, ଧ୍ୱଂସ ମୁଖରେ ପ୍ରକୃତି ।
ନିଜ ଖୁସି ପାଇଁ କେତେ ଜୀବ କଲୁ ହତ୍ୟା,
ପ୍ରକୃତି ରାଣୀକୁ କଲୁ କେତେ ଯେ ହୀନସ୍ତା ।
ଜୀବ ହତ୍ୟା ପାପେ ଆଜି ହେଲୁ ତୁହି ଛନ୍ଦି,
କରୋନାର ମାୟାଜାଲ କଲା ତୋତେ ବନ୍ଦୀ ।
ଆତ୍ମୀୟମାନଙ୍କୁ ସେ ଯେ ଛଡ଼ାଇ ନେଉଛି,
ହୃଦୟ ବିଦାରି କେଡ଼େ ଯନ୍ତ୍ରଣା ଦେଉଛି ।
କାଳେ କେହି ଚାଲିଯିବ ମୋର ହାତ ଛାଡ଼ି,
ଅବା ହେବ ଛଟପଟ ମୃତ୍ୟୁ ଫାନ୍ଦେ ପଡ଼ି ।
ତନୁମନ ଥରେ ଆଜି କଷ୍ଟ କେତେ ପାଏ,
ସେଥିପାଇଁ ହୃଦୟ ଆଜି ନିସଙ୍ଗତା ଚାହେଁ ।
– ଦେବାଶିଷ ଭୋଳ
ପୁରୁଷୋତ୍ତମପୁର, କେନ୍ଦ୍ରାପଡା
ଦୂରଭାଷ-୭୦୦୮୮୨୭୪୮୫