ଭାବକୁ ନିକଟ…
ତା’ ନାଆଁ କାଳିଆ । ତା’ର ପ୍ରକୃତ ଜାତି ଗୋତ୍ରର ପରିଚୟ କେହି ଜାଣନ୍ତିନି । ବୁଢ଼ା କେଉଟର ପିଲା ଛୁଆ ନଥିଲେ ଆଉ ଯୋଗକୁ ବୁଢ଼ୀ କେଉଟୁଣୀ ନଦୀ ପଠାରୁ ପାଇଥିଲା କାଳିଆକୁ । ନାଲି ପାଟ କନାରେ ଗୁଡ଼େଇ କିଏ ଛାଡ଼େଦେଇଥିଲା ତାକୁ ସେଇଠି । ଗାଁ’ଟାଯାକ କଥା ହେଲେ, “ପିଲାଟା କୋଉ ବଡ଼ଘରେ ଜନ୍ମ ହେଇଛି ନିଶ୍ଚିତ କିନ୍ତୁ ଏଡ଼େ ଅସୁନ୍ଦର ହେଇଛି ବୋଲି ବୋଧେ ଆପଣେଇ ନାହାନ୍ତି, ହେଲେ କେଉଟୁଣୀ ଭାଗ୍ୟରେ ପିଲାଟେ ଆଉ ଅନାଥ ଭାଗ୍ୟରେ…

