smruti

ସ୍ମୃତି

ସ୍ମୃତି ତୁମେ କେବେ ଶୀତ ସକାଳର ସୂର୍ଯ୍ୟ ଆଲୋକର ତାତି; କେବେ ତୁମେ ପୁଣି ପୂର୍ଣ୍ଣମୀ ଜହ୍ନ ଓ କଇଁ ଫୁଲର ସେ ପ୍ରୀତି । ସ୍ମୃତି ତୁମେ କେବେ କାଳବୈଶାଖୀ ଅଦିନ ବର୍ଷାର ଝଡ଼; କେବେ ତୁମେ ପୁଣି ଅଚାନକ ଆସି ବଦଳାଅ ଜୀବନ ମୋଡ଼ । ସ୍ମୃତି ତୁମେ କେବେ ଗଭୀର ସମୁଦ୍ର ଜୁଆର ସାଙ୍ଗକୁ ଭଟ୍ଟା; ହୃଦୟର କେଉଁ କୋଣେ ତୁମ ଚିହ୍ନ ଭରିଦିଏ ମନେ ବ୍ୟଥା । ସ୍ମୃତି ତୁମେ ଏଇ ରାତି ଅନ୍ଧକାରେ ଆଖିର…

ଅଧିକ ପଢ଼ନ୍ତୁ
Nadira-Byakhya

ନଦୀର ବାଖ୍ୟା

ସୃଷ୍ଟିକର୍ତ୍ତା ସେ, ବିଶ୍ୱର ମାଆ, ଗଢ଼ିଛି ଦୁନିଆ, ଶାନ୍ତ କରି ନିଆଁ; ହରାଭରା ଆଜି ତା’ପାଇଁ ଠିଆ, କେହିକି ନେବେ? ତାହାରି ପାହ୍ୟା; ନଦୀ କ’ଣ କରିବ, ନଦୀର ବାଖ୍ୟା? (୧) ପୁରାଣ ଗାଏ, ତାହାରି ଗାଥା, ଯାହା ପାଇଁ ନେହୁରା ଭାଗୀରଥି ବାବା; କଥା ରଖି ସେ, ଆସେ ରୂପେ ଗଙ୍ଗା, ପାପ ଧୋଇ ଧନ୍ୟ କରେ ଲକ୍ଷ ଲକ୍ଷା; ନଦୀ କ’ଣ କରିବ ନଦୀର ବାଖ୍ୟା? (୨) ଆଦ୍ୟ ତା’ ଚରଣ ଏ ସୃଷ୍ଟିକର୍ତ୍ତା,…

ଅଧିକ ପଢ଼ନ୍ତୁ
Bapa Odia Poem

ବାପା

ନାଲି ଆଖି କରି ଶାସନ କରନ୍ତି ସପନ ଦେଖେଇ ସାହସ ବଢ଼ାନ୍ତି ବୁଝନ୍ତି ସମସ୍ତ ଅଳି । ଲୁହ ପି’ ପୁଣି ହସିବା ଶିଖାନ୍ତି ଦୁଃଖ କଷ୍ଟ ସହି ଆଗକୁ ବଢ଼ାନ୍ତି କରନ୍ତୁ ପଛକେ ଗାଳି । ପଡ଼ି ଛିଡ଼ା ହବା ଶିକ୍ଷା ସେ ଦିଅନ୍ତି ଜୀବନ ଜିଇଁବା ସୂତ୍ର ବି ଶିଖାନ୍ତି କଷଣେ ନ ଯାଇ ଡରି । ନିଜ ହସ ଭୁଲି ସଭିଙ୍କୁ ହସାନ୍ତି ନିଜ ଭୋକ ଭୁଲି ଆହାର ଯୋଗାନ୍ତି ନାହିଁ କେହି ତାଙ୍କ ପରି । ବିପଦ…

ଅଧିକ ପଢ଼ନ୍ତୁ
samparakara-sandhya-pabana

ସମ୍ପର୍କର ସନ୍ଧ୍ୟା ପବନ

ମନେପଡ଼ୁଛି ! ବୋହୂ ବୋହୂକା ଖେଳୁଥିଲେ ପିଲାବେଲେ, ନଦୀ ବାଲିର ଶଯ୍ୟା ଉପରେ ଜହ୍ନ ଆଲୁଅ ତଳେ, ଖେଳ ଶେଷରେ, କଥା ମଝିରେ, ସରିଲା ଯଦି କାହାଣୀ, ସଞ୍ଜବନର ଥଣ୍ଡାପବନ ଢାଳୁଥିଲା ସଞ୍ଜିବନୀ, ସାନ୍ଧ୍ୟ ପବନ ଓ ଆମ ସମ୍ପର୍କ କେତେ ସରସ ଥିଲା, ସମାପିତ ଏକ ଅଧ୍ୟାୟ ପରି କୁଆଡ଼େ ଉଭେଇଗଲା । (୧) ମନେପଡ଼ୁଛି ! କରିଥିଲେ ପବନର ନାମକରଣ, ଡାକିବା କ୍ଷଣି ଆସିଯାଉଥିଲା ନେଇ ନିଜ ମନଯାନ । ତା’ର ଶୀତଳ ସ୍ପର୍ଶରେ ଥିଲା ଆବେଗର ଶିହରଣ, ଆମ…

ଅଧିକ ପଢ଼ନ୍ତୁ
dadanara-dukha

ଦାଦନର ଦୁଃଖ

ଦେଶଛଡ଼ା ଲୋକ ରୋଗକୁ ଆଣିଲେ ଉଡ଼ାଯାହାଜରେ ବସି ସେ ଋଣ ଶୁଝନ୍ତି ଭୋକ ଉପାସରେ ଦେଶ ଗଢ଼ା ଲୋକ ମିଶି । Lockdownରେ କାହା ଘରେ ହୁଏ ଛ’ ତରକାରୀ ନ’ ଭଜା କାହା ଘରେ ପୁଣି ଅନ୍ନ ମୁଠେ ନାହିଁ ଅକାରଣେ କାଟେ ସଜା । ପ୍ରଶାସନ ସିନା ମାଗଣା ବାଣ୍ଟିଲା ଚାଉଳ, ଗହମ, ଡାଲି ସଂସାରଟି ଅବା ଚାଲି କି ପାରିବ ଖାଲି ଜଳୁଥିଲେ ଚୁଲି?? ସରକାର ଦିନେ ଗରବେ କହୁଥିଲେ, ଏତେ ପକ୍କା ରାସ୍ତା ବୋଲି…

ଅଧିକ ପଢ଼ନ୍ତୁ