କାଲି ରାତିରେ
ରାସ୍ତାରେ ଭେଟିଲି ଜୀବନକୁ !
ଦେଖାହେଲା ଆଉ କଥା ବି ହେଲା
ହେଲେ, ମଉଳି ଯାଇଥିଲା
ତା’ ମନରେ ଥିବା ଆଶା ଓ ଆକାଂକ୍ଷା ।
ସ୍ୱପ୍ନ ପୂରଣ କରିବାକୁ ଯାଇ
ସର୍ବାହରା ହୋଇପଡ଼ିଥିଲା ସେ ।
ସ୍ୱପ୍ନ ତା’ର ପୂର୍ଣ୍ଣାଙ୍ଗ ରୂପ ନ’ନେଇ,
ବର୍ତ୍ତମାନର ଝଡ଼ଝଞ୍ଜା ଦେଇ,
କିଛି କ୍ଷଣ ପାଇଁ ସାଇତି ହୋଇରହିଥିଲା,
ତା’ ମନର କେଉଁ ଅନ୍ଧାରୀ କୋଣରେ ।
କିଛି ଗୋଟେ ଭାବୁ ଭାବୁ!
ଗଲାବେଳେ କହିଦେଇ ଗଲା,
ସ୍ୱପ୍ନ ଦେଖିବାକୁ ରାତିନୁହେଁ
ଏବେ ସାଥିଟେ ଖୋଜୁଛି ॥
କାଳେ ମିଳିଯିବ ତାକୁ
ସେ ଅଦେଖା ଅଚିହ୍ନା ସାଥି,
ଏଇ ଆଶାରେ, ଅନ୍ଧାରରେ ବାଡ଼ି ବୁଲେଇଲା ପରି
ଘୁରିବୁଲୁଛି ଏ ସହରର ଗଳି, କନ୍ଦି ଓ ରାଜରାସ୍ତାରେ ॥
– ସୁବ୍ରତ ପାତ୍ର
Comments
ସୁବ୍ରତ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।