ଭକ୍ତକୁ ମନା

Odia Poem Bhaktanku Mana (ଭକ୍ତକୁ ମନା) by Biswa Ranjan Tripathy

ଭକତକୁ ଆଜି ଶିରିକ୍ଷେତ୍ର ମନା
ମନା ପୁଣି ତୋର ବଡ଼ ଦାଣ୍ଡେ
କ’ଣ ତୁହି କଲୁ, କି ମାୟା ରଚିଲୁ,
ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ॥

ଗରୁଡ଼ ଆଗରେ ବେନି ଭୁଜ ଟେକି
ସପନ ହୋଇଲା ତୋ’ର ଦର୍ଶନ
କ’ଣ ତୁହି କଲୁ, କି ମାୟା ରଚିଲୁ
ଦେଖିବାକୁ ଥରେ ବିକଳ ହୁଏ ଏ ମନ ॥

ଆନନ୍ଦ ବଜାରେ ଆନନ୍ଦ ସାଉଁଟା
ଆଜି ତ ସଭିଙ୍କୁ ହୋଇଛି ମନା
ହେ ପ୍ରଭୁ ତୁମ ଅଭଡ଼ା ଖଳାରେ ବସି
ଅଭଡ଼ା ଦେଖିବା ହେଲା ସାତ ସପନ ॥

କୋଉଠି କାହାର ଆଜି ନଜର ଲାଗିଛି
ଭକ୍ତ, ଭଗବାନ ଦିବ୍ୟ ଓ ପାବନ ସମ୍ପର୍କରେ
ସେ ନଜରକୁ କାଟି, ଆହେ ଚକା ଆଖି
ଶୀଘ୍ର ଦିଅ ଦର୍ଶନ ତୁମ ବଡ଼ଦେଉଳେ ॥

ଭକ୍ତ ଆଜି ଝୁରେ ତା’ ଭଗବାନଙ୍କୁ
ଭଗବାନ ବି ଝୁରନ୍ତି ତାଙ୍କ ଭକ୍ତଙ୍କୁ
କେବେହେବ ପୁଣି ସେ ଅପୂର୍ବ ମିଳନ
ପୁଣି ଶୁଖିବ ଭକ୍ତର ବେନି ନୟନ ॥

ଦର୍ଶନ ନପାଇ ତୋହରି କାଳିଆ
ଭକ୍ତ ଆଖିରୁ ଝରଇ ଲୋତକ
ସେ ଲୋତକ ଝରି ଓଦା କରିଦିଏ
ଭକ୍ତ ପିନ୍ଧିଥିବା ବସନକୁ ॥

କୋଟି ଓଡ଼ିଆର ମଉଡ଼ମଣି ତୁ
ନିବେଦନ କରେ ତୋ’ର ପଦତଳେ
ଏ ମହାମାରୀକୁ ଦୂରେଇ ଦେଇ ତୁ
ପୁଣି ଦର୍ଶନ ଦେ ତୋ’ ବଡ଼ଦେଉଳେ ॥

ହେ ପ୍ରଭୁ ଶୀଘ୍ର ଚଳ ଚଞ୍ଚଳ
ହେଉ ତୁମ ବଡ଼ ଦାଣ୍ଡ,
ପୁଣି ଆନନ୍ଦ ବଜ଼ାର,
ଓ ମହୋଦଧି କୂଳ ॥

– ବିଶ୍ୱରଂଜନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...