ଆସି ଯାଇଛି ବଣଭୋଜିର ଋତୁ
ଆସ ଆମେ ବଣଭୋଜି ପାଇଁ
ଯୋଜନା କରିବା
ନୂତନ ବର୍ଷର ଆଗମନ
ଚଳଚଞ୍ଚଳ ଗାଆଁଠୁ ସହର
ପରିବେଶର ସୌନ୍ଦର୍ଯ୍ୟ,
ସବୁଜିମାରେ ରଙ୍ଗେଇ ହୋଇ
ଖୁସିକୁ ଦ୍ୱିଗୁଣିତ କରୁଛି ।
ଶୀତର ଲହରୀ ମନକୁ ଅଥୟ କରୁଛି
ନା ଅଛି ସୂର୍ଯ୍ୟର ପରାକ୍ରମ
ନା ଅଛି ବାଦଲ
ଚତୁର୍ଦ୍ଦିଗ କୁହୁଡ଼ିର ଚାଦର
ବିଛେଇ ହୋଇଯାଇଛି
ଘାସ ପତ୍ରରେ କାକର ବିନ୍ଦୁର
ସୁନ୍ଦରତା ମନକୁ ଆକୃଷ୍ଟ କରୁଛି
ପ୍ରକୃତିରାଣୀ ଅଭିନନ୍ଦନ
କରିବା ପାଇଁ ନିଜକୁ
ପ୍ରସ୍ତୁତି କରିଦେଇଛି ।
ଆସ ଆମେ ବଣଭୋଜି ପାଇଁ
ଯୋଜନା କରିବା
ଏକାଠି ରାନ୍ଧିବା, ଏକାଠି ଖାଇବା
ଏକାଠି ବସିବା, ଏକାଠି ଗପିବା
କର୍ମମୟ ଜୀବନରୁ କିଛି ସମୟ ପାଇଁ
ଅବକାଶ ନେବା
ଝରଣାର କୁଳୁକୁଳୁ ନାଦରେ
ନିଜକୁ ହଜାଇ ଦେବା
ଜଞ୍ଜାଳମୟ ସଂସାରରୁ
କିଛି ମୁହୂର୍ତ୍ତ ମୁକ୍ତି ହେବା
ଆସ ଆମେ ବଣଭୋଜି ପାଇଁ
ଯୋଜନା କରିବା ।
– ରମେଶ ଚନ୍ଦ୍ର ବେହେରା
Comments

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।