ତାପସ ରଞ୍ଜନ

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।

Editorial Page of Shubhapallaba 5th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ପଞ୍ଚମ ସମ୍ପାଦକୀୟ

‘ପୁଷୁ ତୋଣି‘ “ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ ଘିଅ ଆଣିଥିବ । ଆଉ ଏ ଯୋଗଣିଖିଆ ମାନା ବାସୁମତି ଚାଉଳ କାଇଁ ଦେଲାନି ତ ! ଝିଅ ଯିବାକୁ ଜମା ଦୁଇଦିନ ରହିଲା, ଏ ସବୁ ନ ଯୋଗାଡ଼ିଲେ କେମିତି ହେବ !! ଆଉ ସେ ନଡ଼ିଆ ପାତି ଖରାରେ ପଡ଼ିଲା ନା ନାହିଁ?”…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 4th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଚତୁର୍ଥ ସମ୍ପାଦକୀୟ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ଶିଷ୍ୟ ଶିରୋମଣି ସାରୀପୁତ୍ତ । ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ ସ୍ୱୟଂ ଗୌତମଙ୍କ ଇଚ୍ଛା ବିନମ୍ର ତଥା ଦୃଢ଼ ଭାବରେ ତାଙ୍କ ମାତାଙ୍କଦ୍ୱାରା ଏପରି ଯେ ପ୍ରତ୍ୟାଖ୍ୟାତ ହେବ, ତାହା ଥିଲା ତାଙ୍କ କଳ୍ପନାତୀତ । ଦୋଳ ପୂର୍ଣ୍ଣିମାର ବିଚ୍ଛୁରିତ ଦିଗନ୍ତ ବ୍ୟାପି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 3rd Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ତୃତୀୟ ସମ୍ପାଦକୀୟ

“ନମସ୍ତେ ଦାରୁ ରୂପାୟ ମହାପିପ୍ପଳ ମେବ ଚ, ସାକ୍ଷାତ ବ୍ରହ୍ମତରୋ ଦେବ ବ୍ରହ୍ମାକ୍ଷରସମନ୍ୱିତମ ।” ଓଡ଼ିଆ ଘରେ ଶୁଭ କାମଟିଏ ହେଲେ ପ୍ରଥମେ ଖୋଜାଯାଏ ନୀଳାଦ୍ରିବିହାରୀ ନୀଳକନ୍ଦରବାସୀ ପୁରୁଷୋତ୍ତମ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ । ସେ ଏ ଜାତିର ପରା ପ୍ରଥମ ବନ୍ଧୁ ! ସାନ ଭାଇର ବାହାଘର ବେଳେ ବାପାଙ୍କର କଡ଼ା ତାଗିଦ । ଜାଇବଡ଼ି ଅନୁକୂଳ ହେଲାପରେ ପ୍ରଥମ ନିମନ୍ତ୍ରଣ ଯେମିତି ଶ୍ରୀମନ୍ଦିର ଯାଏ ! ତା’ପରେ ଯାଇ ମଉଳା ତାଟ ଘରୁ ଉଠିବ । ସୁତରାଂ ନିମନ୍ତ୍ରଣ ନେଇ ଶ୍ରୀମନ୍ଦିର…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 2nd Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଦ୍ଵିତୀୟ ସମ୍ପାଦକୀୟ

ମହାଶୟ/ମହାଶୟା, ପବିତ୍ର ଉତ୍କଳ ଦିବସରେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏପରି ଏକ ମହାନ ତଥା ପବିତ୍ର ଦିନରେ ନବପଲ୍ଲବର ଦ୍ଵିତୀୟ ସଂସ୍କରଣକୁ ଟେକି ଦେଉଛୁ ଆପଣମାନଙ୍କ ହାତରେ । ପ୍ରଥମ ସଂସ୍କରଣର ଅପାର ସଫଳତା ପରେ ଦ୍ଵିତୀୟ ସଂସ୍କରଣକୁ ଆଜିର ଦିନରେ ପ୍ରକାଶିତ କରି ଆମର ମହାନ ସଂସ୍କୃତି, ପରମ୍ପରା ତଥା ଭାଷାପ୍ରତି ଆମର ଉତ୍ତରଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିଛୁ ମାତ୍ର । ବର୍ଷ ବର୍ଷଧରି ଏ ଜାତି ଉପରେ ହୋଇ ଆସିଛି ବାହ୍ୟ ଆକ୍ରମଣ । କେବେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 1st Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ପ୍ରଥମ ସମ୍ପାଦକୀୟ

ପହିଲି ଫଗୁଣରେ ସ୍ନିଗ୍ଧ ମଳୟର କୋମଳ ସ୍ପର୍ଶରେ ଡାଳେ ଡାଳେ ଅଙ୍କୁରି ଉଠେ ନୂତନ ଭବିଷ୍ୟତ, ନୂତନ ସମ୍ଭାବନା ଆଉ ଅସୁମାରୀ ସ୍ୱପ୍ନକୁ ନେଇ ନବପଲ୍ଲବ…. ଏଇ ତ‘ ଅୟମାରମ୍ଭ ଗୋଟେ ନୂତନ ସୃଷ୍ଟିର ! ପତ୍ରଝଡ଼ା ଡାଳରେ କୁନି କୁନି ନବପଲ୍ଲବ ଆଶା ସଞ୍ଚାରେ ଆଗାମୀ ଭାବିତବ୍ୟର । ସବୁଜ ପତ୍ରର ଉହାଡ଼ରୁ ଉଙ୍କିମାରିବେ ପୁଷ୍ପ କଢ଼ିମାନ ଆଉ ପ୍ରସ୍ପୁଟିତ ପାଖୁଡ଼ା ମଧ୍ୟରୁ ବିଛୁରିତ ମହଣ ମହଣ ବାସ୍ନା ଭିତରେ ଜନ୍ମନେଉଥିବ ନୂତନ ବୀଜଟିଏ, ଭବିଷ୍ୟତର ମହାଦ୍ରୁମ ହେବା…

ଅଧିକ ପଢ଼ନ୍ତୁ