ଦଗାଦିଆ କାଳିଆ
ବଡ଼ ଦଗାଦିଆ ତୁ ଜଗା କାଳିଆ, ଚଲେଇଲୁ କେତେ ବାଟ । ଖୋଜି ଖୋଜି ତତେ ନୟାନ୍ତ ହେଲିଣି, ଦେଖଉଛୁ ପୁଣି ଥାଟ ॥ ତତଲା ବାଲିରେ ପାଦ ପାଏ କଷ୍ଟ, ଝରେ ବିନ୍ଦୁ ବନ୍ଦୁ ସ୍ୱେଦ । ଅନାଥର ନାଥ ବୋଲି ଉଡ଼େ ଧ୍ୱଜା, ମୋ ବେଳକୁ କଲୁ ଛନ୍ଦ ॥ ଥିଲା କେଉଁ ରାଗ ମୋ ପ୍ରତି ତୋହର, ଗମ୍ଭୀରିରେ ଗଲୁ ଲୁଚି । ମୁହିଁ ସିନା ବାଇ ମରେ ତୋ’ପାଇଁ, ଦୁଃଖ ପାଏ…