ମୋତେ ଲାଗୁଛି…
ମୁଁ ହାରିଯିବାକୁ ବସିଛି । ଲାଗୁଚି ହାରିଗଲି ବୋଧେ ! ଟଣା ଓଟରା ଜୀବନରେ ଛନ୍ଦି ହେଇ ଅଣନିଶ୍ୱାସୀ ଲାଗୁଛି । ନାହିଁ କାହାର ସାହାରା । ସବୁଆଡ଼େ ଆଶାର ନଦୀ । ଯୋଉଠି କୂଳ ବୋଲି ଭାବୁଛି ସେଠି ଆଉ ଗୋଟେ ଦରିଆ । ବହୁତ ପହଁରିଚାଲିଛି । ଥକିଗଲା ଭଳି ଲାଗୁଛି । ସତରେ କ’ଣ ଏ ସ୍ରୋତରେ ମୁଁ ଭାସିଯିବି !! ଆଉ ଭାସିଯିବ ମୋ ସବୁତକ ସ୍ୱପ୍ନ, ଯେଉଁସବୁ ସାଉଁଟିଥିଲି ମୋ…