ସୁଜାତା ଦାଶ

ସୁଜାତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Margashirara Gurubara (ମାର୍ଗଶିରର ଗୁରୁବାର) by Sujata Dash

ମାର୍ଗଶିରର ଗୁରୁବାର

ଘରେ ଘରେ ଓଡ଼ିଆ ଚିତା ଝୋଟି ଠାକୁର ଘରେ ମାଣ ଆଉ ବେଣ୍ଟି ଆଖୁ ଅଦା ସୋରିଷ ଫୁଲ ଆଉ କଦଳୀ ମହାଲକ୍ଷ୍ମୀଙ୍କୁ କରେ ଆବାହନୀ ଓଡ଼ିଆ ଘରର ଖାଣ୍ଟି ଓଡ଼ିଆଣୀ । ସକାଳ ବାଳ ଭୋଗ ସାରି ଖେଚୁଡ଼ି ଡାଲମା କ୍ଷୀରି ରାଈ ଆଉ ଶାଗ ତରକାରୀ ଦହି ପଖାଳ କାଲୁଆ ସାରି ଭରିଛି ପିଠାର ପସରି । ଗାଁରୁ ସହର ଯାଏ ଦେଶରୁ ବିଦେଶ ଯାଏ ଅଶିକ୍ଷିତା ଅବା ଉଚ୍ଚ ଶିକ୍ଷିତା ଧନୀଠୁ ନିର୍ଦ୍ଧନ…

ଅଧିକ ପଢ଼ନ୍ତୁ
Odia Poem Nirabata (ନୀରବତା) by Sujata Dash

ନୀରବତା

ନୀରବତା କେବେ ଅକୁହା କଥା ଅଶାନ୍ତ ମନର ଜୁଆର ଭଟ୍ଟା କେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ରାସ୍ତା ନୀରବତା କେବେ ପ୍ରତିବାଦର ସ୍ୱର କେବେ ସମ୍ମତିର ଲକ୍ଷଣ ନୀରବତା ପଛେ ଲୁଚି ଥାଏ ଆଶାନ୍ତ ମନର କୋହ ଭରା ହୃଦୟ କେବେ କ୍ରୋଧ କେବେ ଅଭିମାନ କେବେ ମରିଯାଇଥିବା ଆଶା କେବେ ହଜି ଯାଇଥିବା ବିଶ୍ୱାସ ନୀରବତା ଏକ ଭାବନା କାହାପାଇଁ ଅନ୍ତର୍ଦ୍ୱନ୍ଦ କାହାପାଇଁ ଆତ୍ମ ସମୀକ୍ଷା କେହି କହିଥିବା କଥାର ମନରେ ଆନ୍ଦୋଳନ ନୀରବତାର ପରିଣତି…

ଅଧିକ ପଢ଼ନ୍ତୁ
Odia Poem Rail Station (ରେଳ ଷ୍ଟେସନ) by Sujata Dash

ରେଳ ଷ୍ଟେସନ

କେତେ ନିରାଶ୍ରୟୟଙ୍କ ଆଶ୍ରୟ ମୁଣ୍ଡ ଗୁଞ୍ଜିବାର ଜାଗା ଘରୁ ରାଗି ଚାଲିଯାଇଥିବା ପିଲାର ପ୍ରଥମ ଲୁଚିବା ଜାଗା ପକେଟ ଖାଲିଥିଲେ ରହିବାକୁ ଜାଗା ନଥିଲେ ରାତି କଟାନ୍ତି ଏଠି ଅନେକ ଯୁବା କେତେ ଅନୁଭୂତି ଏଠି କିଏ ଛାଡ଼ିବାକୁ ଆସେ ପୁଅକୁ, ଝିଅକୁ କିଏ ସାଙ୍ଗ, ସାଥି, ଅତିଥି ଅବା ବାପାମା’ଙ୍କୁ । ବିରହର ଅଗଣିତ କଥା ଥାଏ ଏଠି ଅପେକ୍ଷାରେ ଥାନ୍ତି ଅନେକ ଗାଡ଼ିର ଗାଡ଼ିର ନା ଫଳକରେ ଆସିବାର କିଏ ଅପେକ୍ଷା କରିଥାଏ ଆତ୍ମୀୟ…

ଅଧିକ ପଢ଼ନ୍ତୁ
Odia Poem Tume Dekhaithila Swapna (ତୁମେ ଦେଖାଇଥିଲ ସ୍ୱପ୍ନ) by Sujata Dash

ତୁମେ ଦେଖାଇଥିଲ ସ୍ୱପ୍ନ

ତୁମେ ଦେଖାଇଥିଲ ସ୍ୱପ୍ନ ଭାଙ୍ଗିଦେଲ ଗୋଟିଏ କ୍ଷଣରେ ଯଦି ଭାଙ୍ଗିବାର ଥିଲା ତେବେ ଗଢ଼ିଥିଲ କାହିଁ ନା ମୋତେ ଭାଙ୍ଗିବା ଥିଲା ଉଦ୍ଦେଶ୍ୟ ତୁମର? ବିଶ୍ୱାସ ଥିଲା ତୁମେ ମୋର ମୁଁ ତୁମର ତୁମେ ସବୁବେଳେ ଅଛ ମୋ ସହିତ ସୁଖରେ ଦୁଖରେ ଛାଇ ଆଲୁଅରେ ଝଡ଼ଝଞ୍ଜାରେ ବି କେବେ ଛାଡ଼ିବନି ମୋ ହାତ । ସହଗାମି ଓ ମାର୍ଗଦର୍ଶୀ ହୋଇ ତୁମେ ନେବ ମୋତେ ଜୀବନର ପଥେ, ଚାଲୁଚାଲୁ ସେ ମାୟାଜାଲରେ ହେଲା ଅନୁଭୂତି ଜୀବନ…

ଅଧିକ ପଢ଼ନ୍ତୁ
Odia Poem Manisa (ମଣିଷ) by Sujata Dash

ମଣିଷ

ମଣିଷ ଭାବେ ସେ ସବୁଠୁ ଚାଲାକ ସବୁକିଛି କରିବା ଉପଭୋଗ ବ୍ୟବହାର କରିବ ମୂଲ୍ୟବାନ ଦ୍ରବ୍ୟ ବିଳାସମୟ ଆସବାସ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବ୍ୟବହାର କରିବ ମଣିଷ ଜୀବନ ଏମିତି କରିବ ବ୍ୟବହାର ପାରିଶ୍ରମିକଠୁ ବେଶୀ କରେଇବ ଯେଉଁଦିନ କାମ ସରିଯିବ ଫୋପାଡ଼ିଦେବ ଯେମିତି ପୁରୁଣା ଲୁଗା ପୁରୁଣା ମୋବାଇଲ କି ପୁରୁଣା ବହି ବ୍ୟବହାର କରିବା ମଣିଷ ଜୀବନ ତା’ର ବୁଦ୍ଧି, ଶିକ୍ଷା ଓ କାର୍ଯ୍ୟଦକ୍ଷତା ଯାହା ଆଦେଶ ଦେବ ପାଳନ କରିବା ଅକ୍ଷରେ ଅକ୍ଷରେ ଯେତେ…

ଅଧିକ ପଢ଼ନ୍ତୁ