ସୁଧାଂଶୁ ଶେଖର ଦ୍ୱିବେଦୀ

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଶୂନ୍ୟତା

ଶୂନ୍ୟତା

ତୁମେ କେବେ ବୈଶାଖର ଝାଞ୍ଜିପିଟା ବାଆ ତ- କେବେ ରିମ୍‌ଝିମ୍ ବର୍ଷାର ବିନ୍ଦୁ । ପୁଣି କେବେ ଫଗୁଣର ମଳୟ ତ କେବେ ଶୀତ ସକାଳର କୁହୁଡ଼ି । ଆଉକେବେ ମୋ ଚତୁଃପାର୍ଶ୍ୱରେ ପ୍ରୀତିର ଗଜଲ ପରି ଅତୀତ ଓଢ଼ଣୀ ତଳେ ତମ ପ୍ରତିଛବି ଝଲମତ । କେବେ କେବେ ମନେପଡ଼ ତୁମେ ପୁଣି ମନେପଡ଼ିବା ଓ ଭୁଲିଯିବାର ଲୁଚକାଳି ଖେଳ ଖେଳୁ ଖେଳୁ ତାରାମାଳ ଭିତରେ କୋଉଠି ଲୁଚିଯାଅ ଯେ ଖୋଜି ଖୋଜି ପାଏନି ତୁମକୁ…

ଅଧିକ ପଢ଼ନ୍ତୁ
ଅଭାବଦାସ

ଅଭାବଦାସ

ଏଠି — ମାଟିର ଅଭାବ ପାଣିର ଅଭାବ ଖାଦ୍ୟର ଅଭାବ ଭାବର ଅଭାବ । ଚତୁଃପାର୍ଶ୍ୱରେ ଖାଲି ଅ-ଭା-ବ । ଘଟଣ-ଅଘଟଣରେ ଶିକାର ହୋଇ ଜିଇ ଚାଲିଛନ୍ତି ଅଭାବଦାସ ମାନେ… । ଭଙ୍ଗ-ଦଦରା ଘର ଓ ପଲିଥିଲ୍ ତଳେ ନିଜ ସଂସାରର ସୁଖକୁ ଅଣ୍ଡାଳନ୍ତି ଲଙ୍ଗଳା ପିଲାଟା ଗଙ୍ଗାରେ ବୁଡ଼ି ଦକ୍ଷିଣା ପଇସା ଅଣ୍ଡାଳିବା ପରି… । ତଥାପି, ଅଭାବ ହଟେନି ସାଂପ୍ରତିକ ବଜାର ଦରରେ ତେଲ-ଲୁଣର ସଂସାର ଚଳେଇବାକୁ ! ସକାଳର ଅଭାବଦାସ ରାତିରେ ପୁଣି…

ଅଧିକ ପଢ଼ନ୍ତୁ