ସୁଧାଂଶୁ ଶେଖର ଦ୍ୱିବେଦୀ

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Manisha (ମଣିଷ) by Sudhanshu Shekhar Diwedi

ମଣିଷ

ରବିବାର ସକାଳ, ଛୁଟି ଦିନ । କାଲୁ ମିଆଁ ମାଂସ ଦୋକାନରେ ବସି ନିର୍ଜୀବ ଛେଳି ଦେହରୁ ଛାଲ ଉତାରୁଥାଏ । ରବିବାରରେ ବେଶୀ ମାଂସ ବିକ୍ରିହୁଏ ବୋଲି ଆଉ ୪ଟି ଛେଳି ନିକଟସ୍ଥ କଣ୍ଟାଯୁକ୍ତ ତାର ବାଡ଼ ନିକଟରେ ବାନ୍ଧି ରଖିଛି । ଆଗତ ମୃତ୍ୟୁର ଭୟରେ କିଏ କାଲୁ ମିଆଁ ମାଂସ ଦୋକାନକୁ ଚାହିଁ ଦୁଃଖରେ ଭାଙ୍ଗି ପଡ଼ୁଥାଏ ତ କିଏ ପୁଣି ବାଦ ବିବାଦ ମଧ୍ୟରେ ଠେଲାପେଲା ହେଉଥାଆନ୍ତି । ପଶୁ ପ୍ରକୃତି;…

ଅଧିକ ପଢ଼ନ୍ତୁ
Odia Story Gachha (ଗଛ) by Sudhanshu Dwibedy

ଗଛ

“ଆରେ ମାନୁ ସେ ଗଛ କାହିଁକି କାଟୁଛୁ?” ୭୦ ବର୍ଷର ବୃଦ୍ଧ ଆଦିକନ୍ଦ ତାଙ୍କ ପୁଅକୁ ପଚାରୁଥାନ୍ତି । “ଗଛଟା ତ ଏତେ ବୁଢ଼ା ହୋଇଗଲାଣି ତାକୁ ରଖି ଲାଭ କ’ଣ?” ମାନୁ ଗଛପ୍ରତି ଉପେକ୍ଷା କରି କହୁଥାଏ । “ହେଲେ ଏଇ ଆମ୍ୱ ଗଛ ଆମର କେତେ ପିଢ଼ିକୁ ଫଳ ଦେଇଛି । ତା’ ପତ୍ର କେତେ କେତେ ପୂଜା ପାର୍ବଣରେ ଲାଗିଛି । ତା’ ଡାଳରେ କେତେ ପକ୍ଷୀ ବସା କରି ରହିଛନ୍ତି ।…

ଅଧିକ ପଢ଼ନ୍ତୁ
Odia Story Adrushya Gatayu (ଅଦୃଶ୍ୟ ଗତାୟୁ) by Sudhanshu Shekhar Dwibedy

ଅଦୃଶ୍ୟ ଗତାୟୁ

ଶୀତଦିନ ସକାଳ । ୧୦ଟା ବାଜି ସାରିଥାଏ । ସୂର୍ଯ୍ୟଦେବ ଏପର୍ଯ୍ୟନ୍ତ ଧୂଆଁଳିଆ କମ୍ବଳ ଘୋଡ଼ି ଆରାମ କରୁଥାନ୍ତି । ଅନୁ ପୂଜା ଥାଳି ପ୍ରସ୍ତୁତ କରିସାରିବା ପରେ ନଣନ୍ଦର ଦ୍ୱାରପାଖକୁ ଯାଇ କହିଲା, “ନେହା ! ମୁନ୍ନା ଶୋଇଛି । ତାକୁ ଟିକେ ଦେଖୁଥିବ । ମୁଁ ମନ୍ଦିର ଯାଉଛି ।” ଶୀତ ଲହଡ଼ିର ଚାପୁଡ଼ା ଖାଇ ଥରି ଥରି ସେ ମନ୍ଦିର ରାସ୍ତାରେ ପାଦ ଥୋଇ ଆଗକୁ ଆଗାଉଥାଏ । ଆଜି ତାକୁ ଜଣା…

ଅଧିକ ପଢ଼ନ୍ତୁ
Odia Poem Bas Sabu Sesh (ବାସ ! ସବୁ ଶେଷ...) by Sudhanshu Shekhar Dwibedy

ବାସ ! ସବୁ ଶେଷ…

ବାସନ୍ତୀର କାନ୍ଦଣା ଓ ଚିତ୍କାର ଶବ୍ଦ ହୃଦୟକୁ ଆଘାତ କରୁଥାଏ । ବଦ୍ରି ତାକୁ ଆଜି ବହୁତ ପିଟିଛି । ଆଶ୍ରାବ୍ୟ ଭାଷାରେ କେତେ କ’ଣ କହିଛି । ଏପର୍ଯ୍ୟନ୍ତ ବି ସେ ଗାଳି ଦେଉଥିବା ଶବ୍ଦ ଶୁଭୁଛି । “ଶାଳି ବୁଢ଼ୀ ମରୁନାହିଁ କି ମୋତେ ଟଙ୍କା ପଇସା ଦେଉନାହିଁ । ମରିଗଲେ ଯେମିତି ସବୁ ବୋହି ନେଇଯିବ? ଗୋଟେ ବୋଲି ପୁଅ ମୁଁ, କେମିତିକା ମା’ ବେ ତୁ?” ବାସନ୍ତୀ ବି ପ୍ରତିବାଦ କରି…

ଅଧିକ ପଢ଼ନ୍ତୁ
Odia story Apadartha (ଅପଦାର୍ଥ) by Sudhanshu Diwedi

ଅପଦାର୍ଥ

ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ’ଣ ନାଇଁ କ’ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ । ବନ୍ଧୁ, ପରିଜନ, ସାଇ, ପଡ଼ୋଶୀ ଉପଦେଶ ଦେଇ କହନ୍ତି, “ଅମୁକ ମନ୍ଦିରକୁ ଯାଅ, ପୂଜା ଅର୍ଚ୍ଚନା କର, ନିଶ୍ଚୟ ପିଲା ହେବ ।” କେହି କେହି କେତେକ ମନ୍ତ୍ର ଉଚ୍ଚାରଣ କରିବାକୁ ମଧ୍ୟ…

ଅଧିକ ପଢ଼ନ୍ତୁ