ଶୁଭଶ୍ରୀ ମହାନ୍ତି

ଶୁଭଶ୍ରୀ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Parahata Samaya (ପରାହତ ସମୟ) by Subhashree Mohanty

ପରାହତ ସମୟ

କେଉଁ ଏକ କ୍ରଶବିଦ୍ଧ ସମୟର ଆହତ କପୋତିନୀ ଥିଲା ସେ ! ସେ ଜାଣିନଥିଲା ଏଠି ଆଞ୍ଜୁଳେ ଚାଉଳର ମୂଲ୍ୟ ଗୋଟାପଣ ବିଷ, ଓଠ ମେଲି ହସୁଥିବା କିଛି କିଛି ଚରିତ୍ର ଏଠି ଜଣେ ଜଣେ ଜହ୍ଲାଦ । ଦୂର ପରବତ ସୁନ୍ଦର ! କିଏ ଜାଣେ ଏଇ ଇନ୍ଦ୍ରଧନୁର କେତେ ରଙ୍ଗ !? ଜହ୍ନଟା ଜହ୍ନ ନା ଫିଲାମେଣ୍ଟ ବଲବ !? ଧଳା ଜହର ଏଠି ବଞ୍ଚିବାର ସଞ୍ଜିବନୀ, ଭୋକ ଏଠି ଦେହ ଆଉ ବିରିୟାନୀ,…

ଅଧିକ ପଢ଼ନ୍ତୁ
Odia Poem Mun Para Jhiate (ମୁଁ ପରା ଝିଅଟେ) by Subhashree Mohanty

ମୁଁ ପରା ଝିଅଟେ

ମୁଁ ପରା ଝିଅଟେ !! ମୁଁ ଅଭିମାନୀ-ସ୍ୱାଭିମାନୀ ତରୁଣୀ ତରଳ ତରଙ୍ଗିଣୀ… ମୋ’ଠୁ ହିଁ ଆଜନ୍ମ ସମ୍ପର୍କ, ସମ୍ବନ୍ଧର ମହମହ ଗନ୍ଧ ପରିଚିତ ଥାଇ ବି ଅପରିଚିତା ମୁଁ ସଂଜ୍ଞାହୀନ, ପ୍ରଜ୍ଞାହୀନ ଏ ଜୀବନ !! ମାଛିକୁ ମ ବୋଲି କହେନି, କି ବଡ଼ ପାଟିରେ ହସେନି ବେଦ ମନ୍ତ୍ର ଉଚ୍ଚାରେ ପୁଣି ଲକ୍ଷ ଲକ୍ଷ ନିୟମ ମାନି ଶେଷରେ ନିର୍ବାସିତ ବି ହୁଏ… କେବେ ଯୌତୁକ ନିଆଁରେ ତ କେବେ ଅଗ୍ନିପରିକ୍ଷାରେ, କେବେ ଇତିହାସର ପଶା…

ଅଧିକ ପଢ଼ନ୍ତୁ