ସେଇ ସୂର୍ଯ୍ୟୋଦୟ ହେଉ…
ସେଇ ସୂର୍ଯ୍ୟୋଦୟ ହେଉ, ସେଇ ସୂର୍ଯ୍ୟୋଦୟ ହେଉ ପ୍ରତିଗୁରୁବାର ଦିନ ଘରେ ଘରେ ହୁଳହୁଳି ଶୁଭୁଥାଉ, ଗୋବରରଲିପା ଅରୁଆର ଝୋଟି ପୁର ଓ ପଲ୍ଲୀରେ ଦିଶୁ । ଚାଓମିନ, ମ୍ୟାଗି, ବର୍ଗର ବଦଳେ ଶାଗ ପଖାଳ ଖିଆ ହେଉ, ମଣ୍ଡା ଓ ଆରିସା ଚିତଉ ଚକୁଳି ପୋଡ଼ପିଠା ଘରେଘରେ ହେଉ । ସେଇ ସୂର୍ଯ୍ୟୋଦୟ ହେଉ ॥ ନାରୀଟିଏ ପୁଣି ନିର୍ଭୟ ଚିତ୍ତେ ଘରକୁ ଫେରିପାରୁ, ସର୍ବଶିକ୍ଷା ଅଭିଯାନଟି ଯେ ପୁଣି ଦୃଢ଼ ଭାବେ ଠିଆ ହେଉ…