ସ୍ମୃତି, ଶରୀର ଓ ପାଉଁଶ
ମୋ ନୟନେ ଛଳଛଳ ହେଉଥିବା ଅଶ୍ରୁଗୁଡ଼ାକ ବନ୍ୟା ହୋଇ ହୃଦୟକୁ ପ୍ଲାବିତ କରିବା ପୂର୍ବରୁ ଶବ୍ଦ ପାଲଟି କବିତା ଦେଇ ବହିଯାଉ ଅଥଚ ୟାକୁ ତ ସାଉଁଟି ପାରିବି ! ସ୍ମୃତିର ଓଦା ପୃଷ୍ଠା ମଧ୍ୟରେ ଆଉ ପଢ଼ିପାରୁଥିବି ସେ ପ୍ଲାବିତ ଯନ୍ତ୍ରଣାକୁ ପ୍ରତିଥର ନା ୟାକୁ କେହି ଦେଖିପାରିବ ନା କେହି ପରିହାସ କରିପାରିବ । ମୋ ଦେହ ଯେବେ ଥକିପଡ଼ିବ ଜୀବନ ସଂଘର୍ଷ ଭିତରେ ଶୋଇ ରହିବ କୋକେଇ ଉପରେ ଆଉ ଜଳିଯିବ ଅଗ୍ନିର…