ସ୍ମୃତିରଞ୍ଜନ ବାରିକ

ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Debabrata (ଦେବବ୍ରତ) by Smruti Ranjan Barik

ଦେବବ୍ରତ

ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ, ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ । ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ, ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ । ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ ମଗନେ, ଗୁରୁଆଜ୍ଞା ଶିରୋଧାର୍ଯ୍ୟ ଦେଖେ ନିତ୍ୟ…

ଅଧିକ ପଢ଼ନ୍ତୁ
Odia Poem Adhiratha (ଅଧିରଥ) by Smrutiranjan Barik

ଅଧିରଥ

ହସ୍ତିନାପୁର ଯେ ବିରାଟ, ଯାହା ଜନ୍ମ ବୀରର, ବୀରତ୍ୱର ଗାଥା ଗାଏରେ, ଭୂଇଁ ଜନ୍ମ ଭୂମିର ॥ ଭରତ ସମ୍ରାଟ ନାମରେ, ଦେଶ ଏହି ଭାରତ, ପରାକ୍ରମୀ ଗୀତ ଲେଖେରେ, ଶତ୍ରୁ ମୃତ୍ୟୁରେ ହତ ॥ ଚକ୍ରବର୍ତ୍ତୀ ରାଜା ଆସଇ, ତୀର ନାମରେ ଯୁଦ୍ଧ, ଅଧିରଥ ନାମେ ସାରଥୀ, ଆଗେ ଟାଣଇ ରଥ ॥ ବିଶ୍ୱାସର ଚୂଡ଼ା ଉପରେ, ଲେଖା ନାମ ଯାହାର, ମହାରାଜା ରଥ ବିଶ୍ୱାସେ, ଭାବେ ଆତ୍ମା ନିଜର ॥ ସାହାସୀ ସମ୍ରାଟ ସାରଥୀ,…

ଅଧିକ ପଢ଼ନ୍ତୁ
Odia Poem Shakuni (ଶକୁନି) by Smrutiranjan Barik

ଶକୁନି

ପଶାପାଲି ଚକ୍ଷୁଅଗ୍ରେ ପ୍ରବେଶଇ ମନେ, ନାମ ଶୁଣି ଥରିଯାଏ କୁରୁକ୍ଷେତ୍ର ଗାନେ । ନୁହେଁ ସେ ଆତତାୟୀ ହୃଦୟ ବିଦାରୀ, ଅତିସ୍ନେହୀ ଭ୍ରାତା ଜାଣେ ସେ ଗାନ୍ଧାରୀ । ଗାନ୍ଧାର ସୁକନ୍ୟା ଅଲିଅଳୀ ରାଜକନ୍ୟା, ଦୁଃଖର ପ୍ରବେଶ ଆସେ ଅଶ୍ରୁରୂପେ ବନ୍ୟା । ପ୍ରସ୍ତାବ ଭୀଷ୍ମର ଶୁଣି ସେହି ଭ୍ରାତା, ହୃଦୟ ସମ୍ଭାଳି ଦିଏ ଅରାଜିର ବାର୍ତ୍ତା । ସୁନ୍ଦରୀ ଭଗିନୀ ଅଲିଅଳି ରାଜଜେମା, ଅନ୍ଧର ବିବାହଦୁଃଖ ଟାଣେ ଆଜି ସୀମା । ଚଞ୍ଚଳ ଶକୁନି ନେଇ ଦୃଢ଼ ପଣ, ସ୍ୱଚିନ୍ତେ ଉପାୟ କୁରୁକ୍ଷେତ୍ରେ…

ଅଧିକ ପଢ଼ନ୍ତୁ
Odia Poem Prakashara Chetana (ପ୍ରକାଶର ଚେତନା) by Smrutiranjan Barik

ପ୍ରକାଶର ଚେତନା

ଗଗନର ଗର୍ଭଚିରି ପ୍ରବେଶିଲା ଶକ୍ତି, ଚତୁଃପାର୍ଶ୍ଵେ ଗୁରୁଣ୍ଡିଲା ନପାଇଲା ମତି । ନିଶାରେ ଅନ୍ଧକାର ମତୁଆଲା ହୋଇ, ବିକଟାଳ ରୂପ ତା’ର ଘାରିଥିଲା ଭୂଇଁ । ନିଃସଙ୍ଗ, ଭୟଭୀତ ହେଲା ଯେ ଶକ୍ତି, ନପାଇ ସଖୀ ତା’ର ଥରିଥିଲା ଛାତି । ଭାବିଥିଲା ନେବ ସେ ସତ୍ୟର ଦୀକ୍ଷା, ବହୁ ଉଦ୍ଦୀପନା ଥିଲା ମନରେ ଆକାଂକ୍ଷା । ପରୀ ସ୍ୱପ୍ନ ରାଇଜ କଳ୍ପିତ ଦୁନିଆ, କିନ୍ତୁ ଦୃଶ୍ୟତେ ଅନ୍ଧକାର ନିଆଁ । କେମନ୍ତେ ତୋଳିବ ଅହିଂସାର ଘର, ଏଠାରେ ତ ଦୁନିଆ ଗୋଲାମି ଅନ୍ଧକାରର ।…

ଅଧିକ ପଢ଼ନ୍ତୁ
Odia Poem Shahid (ଶହୀଦ) by Smrutiranjan Barik

ଶହୀଦ

ସ୍ୱାଧୀନ ଚିତ୍ତର ସ୍ୱାଧୀନ ହସ୍ତରେ, ସ୍ୱାଧୀନ କରଇ ଯୁଦ୍ଧ; ପରାଧିନ ଗ୍ଲାନି ପରର ଗୋଲାମି, ସ୍ୱାଧୀନ ମାଗଇ ସୁଧ ।…୧ ସ୍ୱାଧୀନ ଜନ୍ମଇ ସ୍ୱାଧୀନ ବଢ଼ଇ, ସ୍ୱାଧୀନତା ପରିଚୟ; ଭାବନା ସ୍ୱାଧୀନ କର୍ମରେ ସ୍ୱାଧୀନ, ପରାଧିନ ଦେହେ ଭୟ ।…୨ ସ୍ୱାଧୀନ ମନରେ ସ୍ଵାଭିମାନୀ ଚାଲେ, ସ୍ୱାଧୀନକୁ କରି ଅସ୍ତ୍ର; ପରାଧିନତାର କୁଠାର ନିନ୍ଦାକୁ, ସ୍ୱାଧୀନେ ତଡ଼ଇ ଶସ୍ତ୍ର ।…୩ ସ୍ୱର୍ଣ୍ଣର ଚଢ଼େଇ ନାମରେ ବିଖ୍ୟାତ, ସ୍ୱାଧୀନ ବିଶାଳ ଦେଶ; ପଞ୍ଜୁରୀ ଭିତରେ ପକ୍ଷୀ ଛଟପଟ, ବନ୍ଦୀର ଫାଶରେ ଝାସ ।…୪ ମୁକ୍ତିର…

ଅଧିକ ପଢ଼ନ୍ତୁ