ଦେବବ୍ରତ
ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ, ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ । ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ, ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ । ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ…