ସ୍ମୃତି ରଞ୍ଜନ ସାହୁ

ସ୍ମୃତି ରଞ୍ଜନ ସାହୁ ଜଗତସିଂହପୁରସ୍ଥିତ ଗନାଇଲୋଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

ଅଫେରା ବାଦଲ

ଅଫେରା ବାଦଲ

ବାଦଲର (ସ୍ନେହର ନାମ ବୁଲା) ଫୋନ୍ ଆସିଥିଲା । ପଡ଼ିଶା ଘର ମିନତୀ କହିଯାଇଥିଲା କି କାଲି ରାତିକୁ ବୁଲା ଆସି ଘରେ ପହଞ୍ଚିବ । ବୁଢ଼ାବୁଢ଼ୀ ଦୁଇଜଣଙ୍କ ଆନନ୍ଦ କହିଲେ ନ ସରେ । ବୁଢ଼ୀ, ଘର ବାଡ଼ି ସଫା ସୁତୁରାରେ ଲାଗିଥାଏ ଆଉ ମନେ ମନେ ଗୁଣୁ ଗୁଣୁ ହେଉଥାଏ, “ଆମେ ସିନା ଗାଆଁରେ ରହୁଛୁ, ଆମ କଥା ଛାଡ଼; ହେଲେ ବୁଲାଟା ବିଦେଶରେ ରହିଲାଣି, ଆଉ କିଛି ଦିନ ଗଲେ ଚାକିରୀ କରିବ………

ଅଧିକ ପଢ଼ନ୍ତୁ
fashion-show

ଫେସନ ସୋ

ସମୟ ପାଞ୍ଚ ସାଢ଼େ-ପାଞ୍ଚ ହେବ । ନିଜର ନିତିଦିନିଆ କାମ ସାରି ବସ୍ତିକୁ ଫେରୁଥାଏ ସଲମାନ୍ । ମନରେ ଅସରନ୍ତି ଆନନ୍ଦ, ଆଜି ମାଲିକ ଖୁସି ହୋଇ ପୁରା ପଇସା ଦେଇଛି, ପଚାଶ ଟଙ୍କା । ଭଙ୍ଗା ବୋତଲ, ଭଙ୍ଗା ପ୍ଲାଷ୍ଟିକ୍, ଜରି, ପାଣି ବୋତଲ, ଛିଣ୍ଡା ପୋଷାକ ଆଦି ଯୋଗାଡ଼ କରି ଦୁଇ ଅଖା ଫୁଲ୍ କରିଥିଲା ଆଜି ସେ । ସେଥିପାଇଁ ମାଲିକ ଖୁସି ହୋଇ ତାକୁ ମଧ୍ୟ ଖୁସି କରିଥିଲା । ମନେ…

ଅଧିକ ପଢ଼ନ୍ତୁ