ଶୁଭଙ୍କର ଶତପଥୀ

ଶୁଭଙ୍କର ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mun Je Abhinaya Karuthili (ମୁଁ ଯେ ଅଭିନୟ କରୁଥିଲି) by Subhankar Satapathy

ମୁଁ ଯେ ଅଭିନୟ କରୁଥିଲି

ଜୀବନ ଯୌବନ ପ୍ରକୃତିର ଖେଳ, ବୃଦ୍ଧ ଅବସର ନେଲି । ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି । କୈଶୋର ନଦୀକୂଳ ଲଙ୍ଘୁ ଥିଲା, ବଳ ଯେତେ ସାଇତିଲି । ପରାକ୍ରମର ଦ୍ୱାହି ଦେଇକି, ଅହଂକାରେ ବୁଡ଼ିଗଲି । ସ୍ୱାର୍ଥ ପର ମୋର ମନକୁ ନେଇକି, ମିଛ ମୁଁ କହି ଚାଲିଲି । ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି । ପାଷାଣ ପରିକା ହୃଦୟ ମୋହର, ଅନ୍ୟାୟ…

ଅଧିକ ପଢ଼ନ୍ତୁ
Odia Poem Spandana (ସ୍ପନ୍ଦନ) by Subhankar Satapathy

ସ୍ପନ୍ଦନ

ସ୍ପନ୍ଦନ ହୃଦୟର ଗୀତ, ମନର ମିତ ଅବା କେବେ ହୃଦଘାତର ପରାକ୍ରମରୁ ଜାତ । ସ୍ପନ୍ଦନ ମନର ସାଥି, ଗ୍ରୀଷ୍ମର ତାତି ଥଣ୍ଡା କାକରରେ ଶୋଇଥିବା ମଣିଷର ରାତି । ଶରତ ଋତୁ ଆଗମନ, ଦେବୀଙ୍କ ପ୍ରସାଦ ସେବନ ଆଶୀର୍ବାଦ ଭରା ପୂର୍ଣ କାଳରେ ଚମକିତ ହୁଏ ଗଗନ ପରମ୍ପରାର ପ୍ରତିବିମ୍ବ ସାଜେ–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ । କୋକିଳ ଗଳାର ଗୁଞ୍ଜନ, ସମୁଦ୍ର ଲହଡ଼ି ଗର୍ଜନ ପ୍ରେମର ଶୀତଳ ତନେ ଭରୁଥିବା, ଅଶ୍ରୁଭରା ଏକ ନୟନ ସୁକ୍ଷ୍ମ…

ଅଧିକ ପଢ଼ନ୍ତୁ
ସ୍ୱପ୍ନର ଦୁନିଆ - Swapnara Dunia

ସ୍ୱପ୍ନର ଦୁନିଆ

ସ୍ୱପ୍ନର ଦୁନିଆ ମୋର ଅଟେ ଯେ ନିଆରା ଫୁଲ ପରି କୋମଳ ସେ, ସୁଖର ଆସରା ଶେଯରେ ବିଛାଏ ସ୍ୱପ୍ନ କେତେ କେତେ ମୁଁ ଯେ ସୁଖର ଆସରାରେ କେବେ କେବେ ହଜେ ॥ ସ୍ୱପ୍ନ ଆଣେ ନୂଆ ସକାଳର ବାସ୍ତବତା ପୁଣି କେବେ ଆଣେ ଜୀବନରେ ନୀରବତା ଉଙ୍କିମାରେ ପ୍ରଶ୍ନ କିଛି ଏ ମନର ଭିତରେ ଘୁରି ବୁଲେ ଅଧାଭଙ୍ଗା ସ୍ୱପ୍ନ ସାକାରରେ ॥ ସ୍ୱପ୍ନ ଆଗମନରେ କେବେ ନଥାଏ ଦିନ ରାତି ସେହି ସ୍ୱପ୍ନ…

ଅଧିକ ପଢ଼ନ୍ତୁ
Odia Poem on Winter- Sitadine Ullasita Mo Gaon

ଶୀତ ଦିନେ ଉଲ୍ଲସିତ ମୋ ଗାଆଁ

ପସରା ମେଲେଇ ଆଜି ଆସିଅଛି ଶୀତ ମୋ ଲୋକ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ । ବନ ଗିରି ଘେରା ଅଟେ ଗାଁ ମୋର ସୁନ୍ଦର ଶୀତକାଳ ଦୃଶ୍ୟ ସବୁ ଅତି ମନୋହର ସବୁଜିମା ଭରା ଭୂମି, ସ୍ୱର୍ଗ ଅଭିହିତ ମୋ ଲୋକ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ । ଉଇଁଲା ସୁବର୍ଣ୍ଣ ସୂର୍ଯ୍ୟ, ପୂରୁବ ଦିଗରେ ରୌପ୍ୟ କାକର ବିଛେ, ସବୁଜ ଘାସରେ ମନ୍ଦାର ଫୁଲରେ ଗଛ, ହୁଏ ହରସିତ ମୋ ମନ ଉଲ୍ଲସିତ, ମୋ…

ଅଧିକ ପଢ଼ନ୍ତୁ