ଶୁଭଲକ୍ଷ୍ମୀ ନନ୍ଦ

ଶୁଭଲକ୍ଷ୍ମୀ ନନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Akuha katha (ଅକୁହା କଥା) by Shubhalaxmi Nanda

ଅକୁହା କଥା

ଆକାଶଟା ଫିକା ଲାଗେ ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି ଗୁଡ଼େଇ ହେଇଚି, ଅଭିମାନି ମନ ତା’ର ଥମ ଥମ, ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ… କାହାପାଇଁ ହସିଉଠେ ଫୁଲଭରା ବଗିଚାଟି? ଗୋଟି ଗୋଟି ଫୁଲ ତୋଳି ଚାଙ୍ଗୁଡ଼ିରେ ସଜାଡ଼ୁ ସଜାଡ଼ୁ କେହି କେବେ ଭାବେନାହିଁ, ଗଛର ସବୁଫୁଲ ତୋଳିଦେଲେ ଆଉ ସୁନ୍ଦର ଦିଶିବଟି ବଗିଚାଟି !?? କେମିତି ବୁଝିବାକୁ ଇଚ୍ଛାହୁଏ ସବୁ ଦୁଃଖକୁ ପିଇଦେଇ ହସିବାକୁ ବାଧ୍ୟହୁଏ, ଏକା ଏକା ଚାଲି…

ଅଧିକ ପଢ଼ନ୍ତୁ